Home >
ବାଲେଶ୍ଵର: ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ଉତକ୍ଷେପଣ
Khabar Odisha:state-odisha---prithvi-2-test-fired-in-chandipur-baleswar
ବାଲେଶ୍ଵର, ଡିସେମ୍ବର୦୩(ଖବର ଓଡ଼ିଶା):

 ଭାରତ ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ସମନ୍ଵିତ ପରୀକ୍ଷଣ ଘାଟିରୁ  ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ଵୀ-୨ର ପରୀକ୍ଷଣ କରିଛି। ଆଣବିକ କ୍ଷମତା ସଂପନ୍ନ ପୃଥ୍ଵୀ-୨ ଚାନ୍ଦିପୁରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ସନ୍ଧ୍ୟା ୭ଟା ୪୮ରେ ଉତକ୍ଷେପଣ କରାଯାଇଛି। 

ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ପୃଥ୍ଵୀ-୨ ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର ରହିଛି। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ଵାରା ଏହି ବ୍ୟାବହାରିକ ପରୀକ୍ଷା କରାଯାଇଛି। ୫୦୦ ରୁ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

 ଏହାକୁ  ପୂର୍ବରୁ ସେନାରେ ୨୦୦୩ରେ ନିୟୋଜିତ ହୋଇ ସାରିଛି। ପୃଥ୍ଵୀ-୨ର ଲମ୍ବ ୯ ମିଟର ହୋଇଥିବା ବେଳେ ଏହାର ମୋଟେଇ ୧୧୦ ସେଣ୍ଟିମିଟର ରହିଛି। 

Subscribe

National International State Sports Entertainment