Home >
ହାଇଦ୍ରାବାଦ: ମୃତକ ପିତାଙ୍କ ଦାବି- ଦୋଷୀଙ୍କୁ ଶୀଘ୍ର ଫାଶିରେ ଝୁଲାଯାଉ, କାନୁନ ପାଳନରେ ହେଉଛି ବିଳମ୍ବ
Khabar Odisha:national-odisha-the-culprits-must-be-hanged-till-death-demand-father-of-hyderabad-doctor
ହାଇଦ୍ରାବାଦ, ଡିସେମ୍ବର୦୩(ଖବର ଓଡ଼ିଶା):

ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ୨୭ ବର୍ଷୀୟ ଡାକ୍ତରାଣୀଙ୍କ ସହ ବଳାତ୍କାର ଓ ବର୍ବର ହତ୍ୟା ଘଟଣା ପୂରା ଦେଶକୁ  ସ୍ତବ୍ଧ କରି ଦେଇଛି। ସଂସଦଠୁ ନେଇ ସଡ଼କ ପର୍ୟ୍ୟ ନ୍ତ ସଭିଏଁ ନ୍ୟାୟ ପାଇଁ ସ୍ଵର ଉତ୍ତୋଳନ କରିଛନ୍ତି। ଏହା ମଧ୍ୟରେ ଡାକ୍ତରଙ୍କ ବାପା ନିର୍ଭୟା ମାମଲାରେ ଦୋଷୀଙ୍କୁ ଏ ପର୍ଯ୍ୟନ୍ତ ଫାଶି ଦିଆଯାଇନଥିବା କହିଛନ୍ତି। ତେଣୁ ଦୋଷୀଙ୍କୁ ଶୀଘ୍ର ସଜା ଦେବାକୁ ସେ ଦାବି କରିଛନ୍ତି।

ଡାକ୍ତରାଣୀଙ୍କ ପିତା ମଙ୍ଗଳବାର କହିଛନ୍ତି ଯେ, ଦୋଷୀଙ୍କୁ ଯେତେ ଶୀଘ୍ର ହେବ ସଜା ଦେବା ଉଚିତ୍। ଅନେକ କାନୁନ ତିଆରି ହୋଇଛି, ମାତ୍ର ଏହାର ପାଳନ କରାଯାଉ ନାହିଁ। ଏହାର ଉଦାହରଣ ନିର୍ଭୟା କେସ। ଦୀର୍ଘ ବର୍ଷ ପରେ ବି ନିର୍ଭୟାର ଦୋଷୀମାନଙ୍କୁ ସଜା ମିଳିନାହିଁ। ଦୋଷୀଙ୍କୁ ଶୀଘ୍ର ଫାଶିରେ ଝୁଲାଇ ଦେବା ଉଚିତ୍ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୨ ଡିସେମ୍ବର ୧୨ରେ ଦିଲ୍ଲୀରେ ପାରାମେଡ଼ିକାଲ ଛାତ୍ରୀଙ୍କ ସହିତ ଚଳନ୍ତା ବସରେ ବର୍ବରତାର ସହ ଗଣ ବଳାତ୍କାର ହୋଇଥିଲା। ଏହି ଘଟଣା ପୂରା ଦେଶକୁ ମର୍ମାହତ କରିଥିଲା। ମାମଲା ଫାଷ୍ଟ ଟ୍ରାକ କୋର୍ଟରେ ଚାଲିଲା ଏବଂ କୋର୍ଟ ସମସ୍ତ ଛଅ ଦୋଷୀଙ୍କୁ ଫାଶି ସଜା ଶୁଣାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିଲା। ଅନ୍ୟ ଜଣେ ତିହାର ଜେଲରେ ଆତ୍ମହତ୍ୟା କରି ସାରିଛି।  ମାତ୍ର ଏ ପର୍ଯ୍ୟନ୍ତ ଅନ୍ୟ ଦୋଷୀମାନଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇ ନାହିଁ। 

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୭-୨୮ ରାତିରେ ହାଇଦ୍ରାବାଦରେ ଜଣେ ୨୭ ବର୍ଷୀୟ ମହିଳା ପ୍ରାଣୀ ଚିକିତ୍ସିକଙ୍କୁ ଗଣବଳାତ୍କାର କରିବା ପରେ ପୋଡ଼ି ନିର୍ମମଭାବେ ହତ୍ୟା କରାଯାଇଥିଲା। ମୃତକ ଗତ ଗୁରୁବାର ସନ୍ଧ୍ୟାରେ ଏକ ଟୋଲ୍ ବୁଥ ପାଖରେ ନିଜର ସ୍କୁଟି ପାର୍କ କରି ନିଜର ତ୍ଵଚା ସମ୍ବନ୍ଧିତ ସମସ୍ୟା ଦେଖାଇବା ପାଇଁ ଜଣେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଉଲ୍ଲେଖନୀୟ ଯେତେ ବେଳେ ସେ ସ୍କୁଟି ପାର୍କ କରୁଥିଲେ, ସେହି ସମୟରେ  ଚାରି ଅଭିଯୁକ୍ତ ନିକଟରେ ମଦ ପିଉଥିଲେ ଏବଂ ସେହି ସମୟରେ ହିଁ ସେମାନେ ଏହି ପରି ନାରକୀୟ କାଣ୍ଡ କରିବାକୁ ଯୋଜନା କରି ନେଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସ୍କୁଟିରୁ ପମ୍ପ ଛାଡ଼ି ଦେଇଥିଲେ। ଯେତେବେଳେ ମହିଳା ଡାକ୍ତର ଫେରିଲେ ସ୍କୁଟି ପଙ୍କଚର ହୋଇଥିବା ଦେଖିବାକୁ ପାଇଲେ। କିଛି ଏହି ସମୟରେ ଅଭିଯୁକ୍ତମାନେ ସାହାଯ୍ୟର ବାହାନା ଦେଖାଇ ଦୁର୍ବ୍ୟବହାର କରିଥିଲେ। ଏହା ପରେ ସେ ନିଜ ଭଉଣୀଙ୍କୁ ଫୋନ କରି ତାଙ୍କୁ ଭୟ ଲାଗୁଥିବା କହିଥିଲେ। କିଛି ସମୟ ପରେ ଅପରାଧୀମାନେ ତାଙ୍କଠୁ ଫୋନ ଛଡ଼ାଇ ନେଇଥିଲେ। ଏହା ପରେ ଅପହରଣ କରି ନେଇ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ବଳପୂର୍ବକ ମଦ ପିଆଇ ଗଣବଳାତ୍କାର କରି  ବେକ ଚିପି ହତ୍ୟା କରିଥିଲେ। ଏହା ପରେ ସେଠାରୁ ଏକ ଟ୍ରକ ଜରିଆରେ ୨୫ କିମି ଦୂରକୁ ଆସି ଏକ ଓଭର ବ୍ରିଜ ତଳେ ମହିଳା ଡାକ୍ତରଙ୍କୁ ଜାଳି ଦେଇଥିଲେ।

Subscribe

National International State Sports Entertainment