Home >
୧୬ତମ ଲୋକସଭା ଭଙ୍ଗ କରିବାକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
Khabar Odisha:national-odisha-on-advice-of-union-cabinet-president-of-india-has-signed-order-of-dissolving-the-16th-lok-sabha
ନୂଆଦିଲ୍ଲୀ, ମଇ ୨୫ (ଖବର ଓଡିଶା) :

  ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭା ଭଙ୍ଗ କରିବା ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଉପଦେଶରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିବା ଆଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ସେହି ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡା ୨୦୧୯ ଲୋକସଭାରେ ଜବିଜୟ ହାସଲ କରିଥିବା ପ୍ରାର୍ଥୀ ତାଲିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାମୂହିକ ବାବରେ ଇସ୍ତଫା ପତ୍ର ଦେଇଥିଲେ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ପରିଷଦଙ୍କ ଇସ୍ତଫା ପତ୍ର ସ୍ୱୀକାର କରି ନୂତନ ପ୍ରଧାନମନ୍ତ୍ରୀ ଆସିବା ପର୍ଯ୍ୟନ୍ତ ନିଜ ପଦବୀରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲେ । 

ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏହି ବୈଠକରେ ୧୬ତମ ବୈଠକ ଭଙ୍ଗ କରିବା ପାଇଁ ଆଲୋଚନା କରାଯାଇଥିଲା । ଜୁନ ୩ରେ ଏହାର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ଏହା ପୂର୍ବରୁ ନୂଆ ଅଧିବେଶନର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯିବ । କାରଣ ନିର୍ବାଚନ ଆୟୋଗ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନବ ନିର୍ବାଚିତ ସଦସ୍ୟଙ୍କ ତାଲିକା ସମର୍ପଣ କରିଛନ୍ତି ।

Subscribe

National International State Sports Entertainment