Home >
ଏୟାର ଷ୍ଟ୍ରାଇକର ଭୟ, ଭାରତୀୟ ନିୟନ୍ତ୍ରଣ ରେଖା ନିକଟରୁ ଲଂଚ ପ୍ୟାଡ ହଟେଇଲା ଆତଙ୍କୀ ସଙ୍ଗଠନ
Khabar Odisha:national-odisha-jaish-e-mohammed-launch-pads-activated-in-new-locations-across-the-loc
ନୂଆଦିଲ୍ଲୀ, ଅପ୍ରେଲ ୧୬ (ଖବର ଓଡିଶା) :

 ପାକିସ୍ତାନ ସ୍ଥିତ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ନିଜ ଲଂଚ ପ୍ୟାଡ ନିୟନ୍ତ୍ରଣ ରେଖା ନିକଟରେ ଏକ ନୂତନ ସ୍ଥାନରେ ସକ୍ରିୟ କରିଛି । ଯାହା ଫଳରେ ଆତଙ୍କୀ ସଙ୍ଗଠନରୁ ଆତଙ୍କୀମାନଙ୍କୁ ଜମ୍ମୁ କାଶ୍ମୀରରେ ପ୍ରବେଶ କରାଯାଇ ପାରିବ । ଜମ୍ମୁ କାଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି । ଘାଟିରେ ଭାରତୀୟ ସୁରକ୍ଷା ବାହିନୀ ଅଧିକାଂଶ ଜୈଶ ନେତୃତ୍ୱଙ୍କୁ ସମାପ୍ତ କରିଥିବା କାରଣରୁ ଏଭଳି କରାଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି । 

ଅଧିକାରୀ କହିଛନ୍ତି କି, ମସୂଦ ଅଜହରର ଭଣଜା ମହମ୍ମଦ ଉମୈର ପୁଣି ଥରେ ପାକିସ୍ତାନ ଫେରି ଯାଇଛି । ପାକିସ୍ତାନରେ ଜୈଶର କ୍ଷମତା ବୃଦ୍ଧି ଏବଂ ଶକ୍ତି ବିସ୍ତାର କରିବା ପାଇଁ ମଧ୍ୟ ଏଭଳି କରାଯାଇଛି ବୋଲି କୁହାଯାଉଛି । ପୁଲୱାମା ଆକ୍ରମଣ ପରେ ସୁରକ୍ଷା ବାହିନୀ ଜୈଶର ଡିଭିଜନାଲ କମାଣ୍ଡର କାମରାନକୁ ଫେବୃଆରୀ ୧୮ରେ ମାରିଥିଲେ । ଏହା ପରେ ପାକିସ୍ତାନ ନିଜ ଲଂଚ ପ୍ୟାଡକୁ ନିୟନ୍ତ୍ରଣ ରେଖା ପାଖରୁ ଉଠାଇ ଦେଇଛି । ଏହା ଏଭଳି କରାଯାଇଛି କାରଣ ୨୦୧୬ ଭଳି ପୁଣି ଥରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବ ବୋଲି ପାକିସ୍ତାନ ଭାବିଥିଲା ।  

Subscribe

National International State Sports Entertainment