Home >
ନ୍ୟୁଜିଲାଣ୍ଡ ଆକ୍ରମଣ: ପାର୍ଟି ଆରମ୍ଭ କହି ଜଣଙ୍କ ପରେ ଜଣଙ୍କୁ ମାରି ଚାଲିଲା ଆକ୍ରମଣକାରୀ,କଲା ଫେସବୁକ ଲାଇଭ
Khabar Odisha:national-odisha-Who-Is-Brenton-Tarrant-The-Main-Shooter-Behind-Christchurch-Mass-Shooting
ଖୀଷ୍ଟ୍ରଚର୍ଚ୍ଚ, ମାର୍ଚ୍ଚ ୧୫(ଖବର ଓଡ଼ିଶା):

ନ୍ୟୁଜିଲାଣ୍ଡର କ୍ରିଷ୍ଟଚର୍ଚ୍ଚ ସହରର 2ଟି ମସଜିଦରେ ଗୁଳି ବର୍ଷାକରି ନର ସଂହାର କରିଥିବା ନରରାକ୍ଷସମାନଙ୍କୁ ମଧ୍ୟରୁ ମୁଖ୍ୟ ଆକ୍ରମଣକାରୀର ପରିଚୟ ମିଳିଛି । ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି  28 ବର୍ଷିୟ ବ୍ରେଟନ ଟେରଣ୍ଟେ । ଏହି ଆକ୍ରମଣରେ ଅତିକମରେ 49 ଜଣଙ୍କ ମୃତ୍ୟୁ ହୋଇଛି । ମୁଖ୍ୟ ଆକ୍ରମଣକାରୀ ଆକ୍ରମଣ ସମୟର ଦୃଶ୍ୟକୁ ଫେସବୁକରେ ଲାଇଭଷ୍ଟ୍ରିମକ କରିଥିଲା । ଭିଡିଓର ଆରମ୍ଭରେ  ଚଲୋ, ପାର୍ଟି ଆରମ୍ଭ କରିବା କହୁଥିବା ଶୁଣିବାକୁ ମିଳିଥିଲା । ମୁଖ୍ୟ ଆକ୍ରମଣକାରୀକୁ ମିଶାଇ 4 ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । ଯେଉଁଥିରେ ଜଣେ ମହିଳା ମଧ୍ୟ ଅଛି । କେବେଳ ଏହା ନୁହେଁ, ଗୁରୁବାର ରାତିରୁ ହିଁ  ସେ ଫେସବୁକରେ ନିଜର ଇଚ୍ଛା ଜଣାଇଦେଇଥିଲା । ଫେସବୁକର ପୋଷ୍ଟ ଲେଖିଥିଲା ଯେ ସେ ଆକ୍ରମଣକାରୀ ମାନଙ୍କ ଉପରେ ଆକ୍ରମଣ କରିବ ଏବଂ ତାକୁ ଫେସବୁକରେ ଲାଇଭ ଦେଖାଇବ । 

ନରରାକ୍ଷାସ ଟେରଣ୍ଟ ଏହି ହୃଦୟବିଦାରକ ଘଟଣାକୁ ଫେସବୁକରେ ୧୭ ମିନିଟ ପର୍ଯ୍ୟନ୍ତ ଲାଇଭ କରିଥିଲା ।

ସେ କାର ଚଳାଇବା ସହ କହିଲା ଚାଲ, ଏହି ପାର୍ଟିକୁ ଆରମ୍ଭ କରିବା । ଏହାପରେ ସେ ଖ୍ରୀଷ୍ଟଚର୍ଚ୍ଚର ଅଲ ନୁର ମସଦିଜ ଆଡକୁ ବଢିବାରେ ଲାଗିଲା । ସେହି କାରରେ ସେ ପୂର୍ବରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜମା କରି ରଖିଥିଲା ଯାହାକୁ ଫେସବୁକ ଲାଇଭ ସମୟରେ ଦେଖାଇଥିଲା। ଏହା ପରେ ସେ ଏକ ସ୍ଥାନରେ ଓହ୍ଲାଇ ଗୁଳି ଚାଳନା କରିବା ଆରମ୍ଭ କରି ଦେଇଥିଲା। ବ୍ୟାକଗ୍ରାଉଣ୍ଡରେ ଏକ ସଭିର‌୍ୟାନ ମ୍ୟୁଜିକ ବାଜୁଥିଲା ଏବଂ ସେ ସାଟେଲାଇଟ ନାଭିଗେସନ ଜରିଆରେ ଗାଡି ଚାଳନ କରୁଥିଲା। 

ଅଷ୍ଟ୍ରେଲିଆରେ ଜନ୍ମ ଗ୍ରହଣ କରିଥିଲା ମୁଖ୍ୟ ଅଭିଯୁକ୍ତ

୨୮ ବର୍ଷର ମୁଖ୍ୟ ଅଭିଯୁକ୍ତ ବ୍ରିଟେନର ଟୈରେଂଟ ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରିଥିଲା। ସେ ନିଜର ମନକଥାକୁ ଦ ଗ୍ରେଟ ରିପ୍ଲେସମେଂଟରେ ଏକ ୩୭ ପେଜ ବିଷିଷ୍ଟ ମେନିଫେଷ୍ଟୋରେ ଲେଖିଥିଲା। ଏପର‌୍ୟ୍ୟନ୍ତ ତାଙ୍କ ବିଷୟରେ ଯେଉଁ ସୂଚନା ସାମ୍ନାକୁ ଆସିଛି ତାହା ତାର ଫେସବୁକ ପୋଷଟ ଏବଂ ମେନିଫେଷ୍ଟୋ ଦ୍ବାରା ଖୁଲାସା ହୋଇଛି। 

୨ବର୍ଷ ଧରି ଆକ୍ରମଣ କରିବାକୁ କରିଥିଲା ଦୁଶ୍ଚିନ୍ତା

୩୭ ପେଜ ବିଶିଷ୍ଟ ଥିବା ଦସ୍ତାବିଜରେ ଦାବି କରାଯାଇଛି କି, ୨ ବର୍ଷ ଧରି ସେ ଯୋଜନା କରୁଥିଲେ। ଏହା ମଧ୍ୟ ଦାବୀ କରାଯାଇଛି କି, ୩ ମାସ ପୂବର୍ରୁ ସେ ଆକ୍ରମଣ କରିବା ପାଇଁ ସ୍ଥାନ ନିରୂପଣ କରି ସାରିଥିଲା। ଏତଦ୍ ବ୍ୟତୀତ ସେ ଦକ୍ଷିଣ ପନ୍ଥୀ ସମୂହ ସଦସ୍ୟଙ୍କ ସହ ଏବଂ ଅତି ଦକ୍ଷିଣପନ୍ଥୀ ଆତଙ୍କୀ ଏଣ୍ଡର୍ସ ବ୍ରିବେକଙ୍କ ସହ ସଂକ୍ଷିପ୍ତ ସମ୍ପକର୍ରେ ଥିବା ଦାବୀ କରାଯାଇଛି। 

Subscribe

National International State Sports Entertainment