Home >
ପଶ୍ଚିମବଙ୍ଗର ସାଗରଦ୍ଵୀପରେ ଲ୍ୟାଣ୍ଡଫଲ କଲା ବୁଲବୁଲ, ୧୨୫ କିମି ବେଗରେ ବହୁଛି ପବନ
Khabar Odisha:national-odisha-Cyclone-bulbul-land-fall-in-sagardwip-in-wet-bengal
ଭୁବନେଶ୍ଵର, ନଭେମ୍ବର ୦୯(ଖବର ଓଡ଼ିଶା):

 ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାମୁଦ୍ରିକ ବାତ୍ୟା ବୁଲବୁଲର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସାଗରଦ୍ଵୀପ-ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁଛି ବୁଲବୁଲ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିମି ରହିଛି। ବେଳେବେଳେ ପବନର ବେଗ ବଢି ୧୪୦ କିମି ଛୁଉଁଥିବା ସୂଚନା ମିଳିଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ ଘଣ୍ଟା ଧରି ଜାରି ରହିବ। ଏହି ସମୟରେ ବୁଲବୁଲ ତାଣ୍ଡବଲୀଳ ମଚାଇବ। 

ଏହା ପୂର୍ବରୁ ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ଅନେକ ଜିଲ୍ଲାରେ କ୍ଷୟକ୍ଷତି ହେବା ସହିତ ଜଣଙ୍କର ମୃତ୍ୟୁ ଘଟିଛି। ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ବାତ୍ୟା ବୁଲବୁଲ ପ୍ରଭାବ ପକାଇଛି। ପ୍ରବଳ ପବନ ଓ ବର୍ଷା ମାଡ଼ରେ ଏସବୁ ଜିଲ୍ଲାର ଏକାଧିକ ସ୍ଥାନରେ ଉଜୁଡ଼ିଯାଇଛି ହେକ୍ଟର ହେକ୍ଟର ଜମିର ଫସଲ। କାହାର ଚାଳ ଯାଇଛି ତ ଆଉ କାହାର ଚୁଲି। ଖାଲି ସେତିକି ନୁହେଁ, ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାତାୟାତ ପ୍ରଭାବିତ ହୋଇଛିା

ଏସଆରସିଙ୍କ ସୂଚନା ଅନୁଯାୟୀ ୫ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ଯାଜପୁରରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ଯାଜପୁର,  ଜଗତସିଂପୁରରେ ରାସ୍ତା ଓ ବିଦ୍ୟୁତ୍ ସେବା ସ୍ଵାଭାବିକ ହୋଇଛି। କେନ୍ଦ୍ରାପଡ଼଼ାର ୯ଟି ବ୍ଲକରେ ରାସ୍ତା ଓ ବିଜୁଳି ସେବା ପୁନର୍ବାହାଲ ହୋଇଛି। କାଲି ସୁଦ୍ଧା ସବୁ ସ୍ଥାନରେ ବିଦ୍ୟୁତ୍ ସେବା ସ୍ଵାଭାବିକ ହୋଇଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ଭଦ୍ରକ ଜିଲ୍ଲାରେ ୫୦ ପ୍ରତିଶତ ବିଜୁଳି ସେବା ସ୍ଵାଭାବିକ ହୋଇଛି। କାଲି ସୁଦ୍ଧା ଜିଲ୍ଲାର ବାକି ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ଵାଭାବିକ ହୋଇଯିବ। ବାଲେଶ୍ଵରରେ ଆଜି ରାତି ସୁଦ୍ଧା ସବୁ ପୁନର୍ବାହାଲ କାମ ସରିଯିବ। କାଲି ସନ୍ଧ୍ୟା ସୁଦ୍ଧା ସବୁ ଜାଗାରେ ବିଜୁଳି ସେବା ସ୍ଵାଭାବିକ ହୋଇଯିବ।

Subscribe

National International State Sports Entertainment