Home >
ଆମେରିକାକୁ ଗାଳି ଦେଉଥିଲା ସୁଲେମାନୀ, କେତେ ଆଉ ସହିଥାନ୍ତୁ, ମାରି ଦେଲୁ: ଟ୍ରମ୍ପ
Khabar Odisha:international-odisha-donald-trump-says-qasem-soleimani-calling-america-bad-how-long-we-tolerates-so-we-killed-him
ନୂଆଦିଲ୍ଲୀ, ଜାନୁଆରୀ୧୯(ଖବର ଓଡ଼ିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଲୋକପ୍ରିୟ ସେନା ମୁଖ୍ୟ ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟାକୁ ନେଇ ନୂତନ କାରଣ ଦର୍ଶାଇଛନ୍ତି। ରିପବ୍ଲିକାନ ପାର୍ଟିକୁ ଦାନ ଦେଇଥିବା ଏକ ସମୂହକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, କୁଦର୍ସ ଫୋର୍ସର ଜେନେରାଲ କାସିମ ମୃତ୍ୟୁ ପୂର୍ବରୁ ଆମେରିକାକୁ ବହୁ ଗାଳି ଦେଉଥିଲେ ଏବଂ ବହୁତ ଖରାପ କଥା କହୁଥିଲା। ଏହି କାରଣରୁ ତାଙ୍କୁ ମାରିବାକୁ ଆଦେଶ ଦେଇଥିଲି।

ଆମେରିକା ଗଣମାଧ୍ୟମ ସିଏନଏନ ଟ୍ରମ୍ପଙ୍କ ପାର୍ଟି ପାଇଁ ଫଣ୍ଡ ଯୋଗାଡ଼ କରୁଥିବା ଏକ ବ୍ୟକ୍ତିଙ୍କ ବୟାନକୁ ଉଲ୍ଲେଖ କରି କହିଛି ଯେ, ଟ୍ରମ୍ପ ନିଜର ସମ୍ବୋଧନରେ କହିଛନ୍ତି ସୁଲେମାନୀଙ୍କୁ ଆମେ କେତେ ସହିଥାନ୍ତୁ।  ଟ୍ରମ୍ପ ହ୍ଵାଇଟ୍ ହାଉସରେ ବସି ସୁଲେମାନୀ ଉପରେ  ହୋଇଥିବା ଆକ୍ରମଣର ପୂରା ଦୃଶ୍ୟ ଦେଖିଛନ୍ତି। 

ସୈନ୍ୟ ଅଧିକାରୀ ଟ୍ରମ୍ପଙ୍କୁ କହିଥିଲେ ଯେ, ସାର ତାଙ୍କ ପାଖରେ ୨ ମିନିଟ୍ ୧୧ ସେକେଣ୍ଡର ସମୟ ରହିଛି। ସୁଲେମାନୀ ସେନା ଗାଡ଼ିରେ ଅଛି।  ବଞ୍ଚିବା ପାଇଁ ସୁଲେମାନୀ ପାଖରେ ମାତ୍ର  ୧ ମିନିଟର ସମୟ ରହିଛି। ଏହା ପରେ ଆମେରିକା ଡ୍ରୋନ ଆକ୍ରମଣ କରିଥିଲା। 

ଆମେରିକାରେ ଡେମୋକ୍ରାଟ୍ସ ଓ ଅନ୍ୟ ଆଲୋଚକ ଆମେରିକା ରାଷ୍ଟ୍ରପତିଙ୍କ ଆଦେଶରେ ସୁଲେମାନୀ ଉପରେ ହୋଇଥିବା ଆକ୍ରମଣର ସମୟ ନେଇ ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ ଏମିତି ସମୟରେ ଇରାନ ଜେନେରାଲ ସୁଲେମାନୀଙ୍କୁ ହତ୍ୟା କରିବାର ଆଦେଶ ଦେଇଥିଲେ, ଯେବେ ତାଙ୍କୁ ସିନେଟରେ କିଛି ଦିନରେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବାକୁ ଥିଲା।

Subscribe

National International State Sports Entertainment