Home >
ଛପାକର ଦମଦାର ଟ୍ରେଲର ରିଲିଜ୍, ଦେଖନ୍ତୁ ଜଣେ ଏସିଡ୍ ପୀଡିତାଙ୍କ ସଙ୍ଘର୍ଷର କାହାଣୀ
Khabar Odisha:entertainment-odisha-deepika-padukone-chhapaak-trailer-release
ନୂଆଦିଲ୍ଲୀ, ଡିସେମ୍ଵର ୧୦ (ଖବର ଓଡିଶା) :

 ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକର ଟ୍ରେଲର ରିଲିଜ୍ ହୋଇଛି। ୨ ମିନିଟ୍ ୧୯ ସେକେଣ୍ଡର ଫିଲ୍ମର ଟ୍ରେଲରରେ ଜଣେ ଏସିଡ୍ ଆଟାକ୍ ପୀଡିତାଙ୍କ କଷ୍ଟ ଦର୍ଶାଯାଇଛି। ଏସିଡ୍ ଆଟାକ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ସହ ସଙ୍ଘର୍ଷର ବିଷୟ ଚିତ୍ରଣ କରାଯାଇଛି। ଏହି ଟ୍ରେଲରରେ ଦୀପିକା ଏକ ଡାଇଲଗ୍ କହିଛନ୍ତି ଯେ, ନାକ ନାହିଁ, କାନ ନାହିଁ, ଝୁମକା କେଉଁଠାରେ ପିନ୍ଧିବି। ଏସିଡ୍ ବିକ୍ରି ହେଉ ନଥିଲେ ଫୋପଡା ହୁଅନ୍ତା ନାହିଁ। 

ଏହି ଫିଲ୍ମ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନି ଉପରେ ନିର୍ମିତ। ଦୀପିକା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ନିର୍ଦ୍ଦେଶକ ମେଘ୍ନା ଗୁଲଜାରଙ୍କ ସହ ଦୀପିକା ପ୍ରଥମ ଥର ପାଇଁ କାମ କରିଛନ୍ତି। ଦୀପିକା ମାଳତି ନାମକ ଜଣେ ଝିଅ ଭୂମିକାରେ ଅଛନ୍ତି। ଫିଲ୍ମରେ ବିକ୍ରାନ୍ତ ମୈସୀ ଦୀପିକାଙ୍କ ଅପୋଜିଟ୍ ଭୂମିକାରେ ଅଛନ୍ତି। ବିକ୍ରାନ୍ତ ଜଣେ ପତ୍ରକାର ଅଛନ୍ତି। ସେ ନ୍ୟାୟ ପାଇଁ ଦୀପିକାଙ୍କ ପାଇଁ ଲଢୁଛନ୍ତି। ଏହି ଫିଲ୍ମ ଜାନୁଆରୀ ୧୦ ୨୦୨୦ରେ ରିଲିଜ୍ ହେବାକୁ ଯାଉଛି।

Subscribe

National International State Sports Entertainment