Home >
ମିଶନ ମଙ୍ଗଲ ନା ବାଟଲା ହାଉସ୍ ! କିଏ କାହା ଉପରେ ପଡିବ ଭାରୀ
Khabar Odisha:entertainment-bollywood-odisha-batla-house-and-mission-mangal-day-one-box-office-prediction-competition
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା) :

ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ଅବସରରେ ଦୁଇଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଜନ ଆବ୍ରାହମଙ୍କ ବାଟଲା ହାଉସ୍ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଲର ଟକ୍କର ହେବାକୁ ଯାଉଛି । ଏହି ଦୁଇ ନାୟକ କିଛି ଦିନ ହେବ ନନ ରୋମାଣ୍ଟିକ୍ ଫିଲ୍ମ ଠାରୁ ଦୂରରେ ଅଛନ୍ତି । କିନ୍ତୁ ଏହି ଦୁଇ ତାରକା ଯେତେବେଳେ ଆମ୍ନାସାମ୍ନା ହୁଅନ୍ତି ସେହି ସମୟରେ ଅକ୍ଷୟ କୁମାର ଭାରୀ ପଡନ୍ତି । 

ଜନ ଆବ୍ରାହିମଙ୍କ ଫିଲ୍ମ ବାଟଲା ହାଉସ୍ ୨୦୦୮ରେ ଦିଲ୍ଲୀର ଜାମିୟା ନଗରରେ ହୋଇଥିବା ବିବାଦୀୟ ଏନକାଉଣ୍ଟର ଉପରେ ଆଧାରିତ । ନିଖିଳ ଆଡଭାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଜନ ଆବ୍ରାହିମଙ୍କ ବ୍ୟତୀତ ମୃଣାଳ ଠାକୁର, ରବି କିଶନ ଏବଂ ନୋରା ଫତେହୀ ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ୧୮ରୁ ୨୦ କୋଟି ବ୍ୟବସାୟ କରିବ ବୋଲି ଆକଳନ କରାଯାଇଛି ।

ସେହିପରି ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଲ ମଧ୍ୟ ସ୍ୱତନ୍ତ୍ରତା ଦିବସରେ ବାଟଲା ହାଉସକୁ ଟକ୍କର ଦେବାକୁ ପରଦାରେ ଆସୁଛି । ସୁପର ସିନେମାର ଅନୁମାନ ମୁତାବିକ ମିଶନ ମଙ୍ଗଲ ପ୍ରଥମ ଦିନରେ ୨୧ରୁ ୨୩ କୋଟି ବ୍ୟବସାୟ କରିପାରେ ବୋଲି ଅନୁମାନ କରାଯାଉଛି । ଏହି ଫିଲ୍ମରେ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କୃତି କୁଲ୍ହାରୀ, ଶରମନ ଜୋଶୀ ଏବଂ ନିତ୍ୟା ମେନନ ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ଏହି ଦୁଇ ଫିଲ୍ମ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । 

Subscribe

National International State Sports Entertainment