ଧର୍ମଶାଳାରେ ଖେଳାଯାଇଥିବା ଆଇପିଏଲର ୫୩ ତମ ମ୍ୟାଚରେ ବାଜି ମାରିଛି ଚେନ୍ନାଇ ସୁପର କିଙ୍ଗସ୍ । ପଞ୍ଜାବ କିଙ୍ଗସ୍ କୁ ୨୮ ରନରେ ପରାସ୍ତ କରି ପଏଣ୍ଟସ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି । ରବୀନ୍ଦ୍ର ଜାଡେଜାଙ୍କ ଅଲ-ରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ ମ୍ୟାଚ ଜିତିଛି ଏବଂ ଜାଡେଜାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଛି ।
ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ପଞ୍ଜାବ କିନ୍ତୁ ଚେନ୍ନାଇ ବିପକ୍ଷରେ ମ୍ୟାଚ ଜିତିବାରେ ଅସଫଳ ରହିଥିଲା । ଚେନ୍ନାଇ ସୁପର କିଙ୍ଗସର କୌଣସି ବ୍ୟାଟ୍ସମ୍ୟାନ ଅତିକମରେ ଅର୍ଦ୍ଧଶତକ କରିବାରେ ଅସଫଳ ରହିଥିଲେ ମଧ୍ୟ ଦଳୀୟ ସ୍କୋର ୧୬୭ ରେ ପହଞ୍ଚିଥିଲା । ରବୀନ୍ଦ୍ର ଜାଡେଜା ସର୍ବାଧିକ ୪୩ ରନ କରିଥିବାବେଳେ ଗାଇକୱାଡ ୩୨, ମିଚିଲ ୩୦, ମୋଏନ ଅଲି ୧୭, ସାରଦୁଲ ଠାକୁର ୧୭, ସ୍ୟାଣ୍ଟନର ୧୧, ରାହାଣେ ୯ ଓ ଗ୍ଲୀସନ ୨ ରନ ସଂହାରଘ କରିଥିଲେ । ପଞ୍ଜାବ ପକ୍ଷରୁ ରାହୁଲ ଚହର ୩, ଅକ୍ସର ପଟେଲ ୩, ଅର୍ଶଦୀପ ସିଂ ୨ ଓ ସାମ କରନ ଗୋଟିଏ ୱିକେଟ୍ ନେଇଥିଲେ ।
ତେବେ ପଞ୍ଜାବ ବ୍ୟାଟିଂରେ ପ୍ରଭସିମରନ ୨୩ ବଲରେ ୩୦ ରନ କରି ଭଲ ଆରମ୍ଭ କରିଥିବା ସତ୍ୱେ ନିୟମିତ ବ୍ୟବଧାନରେ ୱିକେଟ୍ ର ପତନ ଫଳରେ ପଞ୍ଜାବ ୧୩୯ ରନରେ ସୀମିତ ରହିଥିଲା । ରବୀନ୍ଦ୍ର ଜାଡେଜା ୩ ଟି ୱିକେଟ୍ ନେଇଥିବାବେଳେ ସିମରଜିତ ସିଂ ୨, ତୁଷାର ଦେଶପାଣ୍ଡେ ୨ , ସାରଦୁଲ ଠାକୁର ଓ ମିଚିଲ ସ୍ୟାଣ୍ଟନର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ କୋଲକାତା ନାଇଟ ରାଇଡର୍ସ