Home >
ବାବା ରାମଦେବଙ୍କ କଟାକ୍ଷ: କଂଗ୍ରେସ ଅନାଥ ହେବାରୁ ବଞ୍ଚି ଗଲା
Khabar Odisha:baba-ramdev-statement-on-rahul-gandhi-and-priyanka-gandhi
ଚଣ୍ଡୀଗଡ଼, ମେ ୨୫ (ଖବର ଓଡ଼ିଶା):

ନିଜର ଯୋଗ ସାଧନା ପାଇଁ ପ୍ରସିଦ୍ଧିଲାଭ କରିଥିବା ଗୁରୁ ରାମ ଦେବ ପ୍ରତ୍ୟକ୍ଷ ରାଜନୀତିରେ ଅଂଶ କରି ନାହାଁନ୍ତି । କିନ୍ତୁ ରାଜନୀତିରେ ଚାଲୁଥିବା ହଟଚମଟରେ ସବୁବେଳେ ଧ୍ୟାନ ଦେଇଥାଆନ୍ତି । ଏଥର ମଧ୍ୟ ଦେଶରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନକୁ ନେଇ ଅତି ରୋଚକ କଥା କହିଛନ୍ତି । ବିଜେପିର ବିପୁଳ ବିଜୟ ପାଇଁ ଯୋଗ ଗୁରୁ ବାବା ରାମଦେବ ବିଜେପି ପ୍ରାର୍ଥୀଙ୍କୁ ପ୍ରସଂଶାରେ ପୋତି ପକାଇଥିବାବେଳେ କଂଗ୍ରେସକୁ କଡ଼ା କଟାକ୍ଷ କରିଛନ୍ତି ।  ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ କଂଗ୍ରେସ ଅନାଥ ହେବାରୁ ବଂଚିତ ହୋଇଗଲା ବୋଲି ରାମଦେବ କଟାକ୍ଷ କରି କହିଛନ୍ତି । 

ବାବା ରାମଦେବ ଚଣ୍ଡିଗଡ଼ରେ ଆସୋସିଏସନ୍‌ ଅଫ୍‌ ରେସିଡେନ୍ସ ଡକ୍ଟର ପକ୍ଷରୁ ଆୟୋଜିତ ଜେନିଥ-୨୦୧୯ର ଉଦଘାଟନ ପାଇଁ ଆସିଥିଲେ । ଏହି ଅବସରରେ ସେ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି । ୱାୟେନାଡ଼୍‌ରେ ରାହୁଲ ବିଜୟୀ ହେବାରୁ କଂଗ୍ରେସ ଅନାଥ ହେବାରୁ ବଞ୍ଚିଯାଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ଛାଧଡ଼ି ନାହାଁନ୍ତି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବନାରସରୁ ଲଢ଼ି ନ ଥିବାରୁ ବହୁତ ଭଲ ହୋଇଛି, ନ ହେଲେ ତାଙ୍କର ରାଜନୈତିକ ଜୀବନ ଶେଷ ହୋଇଯାଇଥାଆନ୍ତା । ନରେନ୍ଦ୍ର ମୋଦୀ ରାହୁଲଙ୍କୁ ଶୀର୍ଷ ଆସନ କରାଇ ଦେଲେ । ଏବେ ସେ ଧ୍ୟାନ ଯୋଗ କରିବା ଆବଶ୍ୟକ ବୋଲି ବାବା ରାମ ଦେବ କହିଛନ୍ତି । 

ସାଧ୍ୱବୀ ପ୍ରଜ୍ଞା ଠାକୁରଙ୍କୁ ପଚରାଯାଇଥିବା ପ୍ରଶ୍ନରେ ସେ ଖୁଲମଖୁଲା ଆଲୋଚନା କରିଛନ୍ତି । ଏକ ସନ୍ଦେହ ଆଧାରରେ ପ୍ରଜ୍ଞା ଠାକୁରଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଗଲା । କିନ୍ତୁ ନାଥୁରାମ ଗୋଡ୍‌ସେଙ୍କୁ ନେଇ ସେ ଦେଇଥିବା ବୟାନକୁ ସ୍ୱୀକାର କରି ନାହାଁନ୍ତି ବାବା ରାମଦେବ । ପ୍ରଧାନମନ୍ତ୍ରୀଙ୍କ ନୀତି ଉପରେ କୋଟି କୋଟି ଦେଶବାସୀ ଭରସା କରିଛନ୍ତି । ଏଥିପାଇଁ ଏ ନିର୍ବାଚନ କେବଳ ଆଗାମୀ ୫ ବର୍ଷ ପାଇଁ ନୁହେଁ ବରଂ ଆଗାମୀ ୨୦-୨୫ ବର୍ଷର ରାଜନୀତି ସ୍ଥିର କରିବ ।

ତେବେ ଆଗାମୀ ଦିନରେ ଡାକ୍ତରୀ ପାଠ୍ୟକ୍ରମରେ ଯୋଗ ବିଷୟ ରଖିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି । ଡାକ୍ତରୀ ବିଦ୍ୟାଥୀଙ୍କୁ ଯୋଗ ବିଷୟରେ ନିହାତି ଜାଣିବା ଜରୁରୀ । ସମସ୍ତେ ଦିନରେ ଅଧା ଯୋଗ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି । 

  • Tags:

Subscribe

National International State Sports Entertainment