ସୋରଡା: ଗଂଜାମ ସୋରଡା ଥାନା ସନ୍ଧିକେନ୍ଦୁ ଗ୍ରାମରେ ଏକ ଅଘଟଣ ଘଟିଯାଇଛି । କେହି କ୍ସ୍ଣଣ ଦୁର୍ବୃତ ୧୨ଟି ଧାନ ଗଦାରେ ନିଆଁ ଲଗାଇ ଦେଇଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ଧାନଗଦାରେ କୈାଣସି ପ୍ରକାରେ ନିଆଁ ଲାଗିଯାଇଥିଲା । କିନ୍ତୁ କେହି କିଛି ଜାଣିପାରିନଥିଲେ । ସକାଳେ ଧାନ ଗଦାରେ ନିଆଁ ଲାଗିଥିବା ଦେଖି ସଙ୍ଗେସଙ୍ଗେ ଚାଷୀମାନେ ସୋରଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇଥିଲେ ମଧ୍ୟ ୯୦ ପ୍ରତିଶତ ଧାନ ଜଳିପୋଡି ପାଉଁଶ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।