Home >
ଆସନ୍ତାକାଲିଠାରୁ ରାଜ୍ୟରେ କାଉଣ୍ଟରରେ ବିକ୍ରି ହେବ ମଦ
Khabar Odisha:Wine-will-be-sold-at-counters-in-the-state-from-tomorrow
ଭୁବନେଶ୍ୱର, ଜୁନ ୩୦ (ଖବର ଓଡ଼ିଶା):

ଆସନ୍ତା କାଲିଠାରୁ ରାଜ୍ୟରେ କାଉଣ୍ଟରରେ ବିକ୍ରି ହେବ ମଦ । ସମସ୍ତ ପ୍ରକାର ବିଦେଶୀ ମଦ , ବିୟର ଦୋକାନ କାଉଣ୍ଟରରେ ମିଳିବ । ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାର ସମୟସୀମା ନିିର୍ଦ୍ଧାରଣ କରାଯାଇଛି । ପୂର୍ବରୁ ରାଜ୍ୟସରକାର ଯେଉଁ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ସେହି ମୂଲ୍ୟରେ ମଦ ବିକ୍ରୀ କରାଯିବ । ୱାଇନ , ବିୟର , ଦେଶୀ ଓ ବିଦେଶୀ ମଦକୁ ଗ୍ରାହକ କାଉଣ୍ଟରରୁ କିଣିପାରିବେ । ଯଦି ଗହଳି ପରିଲିଖିତ ହେବ , ତେବେ ଆବଶ୍ୟକ ପଡ଼ିଲେ ବ୍ୟାରିକେଡ଼୍ ଲଗାଇ ମଦ ବିକ୍ରି କରାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ।

ସଂନ୍ଧ୍ୟାକାଳୀନ କର୍ଫ୍ୟୁକୁ ଦୃଷ୍ଟିରେ ରଖି ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହିଁ କାଉଣ୍ଟରରେ ମଦ ମିଳିବ । ଭିଡ଼ ଏଡ଼ାଇବାକୁ ଇ - ଟୋକନ ବ୍ୟବସ୍ଥା କରାଯିବ । ପୋର୍ଟାଲରେ ସ୍ଲଟ ବୁକିଂ କରି ଗ୍ରାହକମାନଙ୍କୁ ଟୋକନ ହାସଲ କରିବାକୁ ପଡ଼ିବ । କେବଳ ଟୋକନ ପାଇବା ପରେ ଜଣେ ମଦ ଦୋକାନ ଯାଇପାରିବେ । ଇ - ଟୋକନ କିଭଳି ମିଳିବ , ସେ ନେଇ ଦୋକାନୀ ମାନେ ଡିସପ୍ଲେ କରିବେ । ଭିଡ଼ ଏଡ଼ାଇବାକୁ ଦୋକାନରେ ଅଧିକ କର୍ମଚାରୀଙ୍କୁ ମଧ୍ୟ ନିୟୋଜନ କରାଯିବ । ସାମଜିକ ଦୂରତ୍ୱ ଯେମିତି ବଜାୟ ରହିବ ,ସେ ନେଇ ନଜର ରଖିବେ ଦୋକାନୀ । ସମସ୍ତ ଗ୍ରାହକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ଏଥିସହ ପୂର୍ବପରି ଗ୍ରାହକମାନେ ହୋମ୍ ଡେଲିଭରିରେ ମଧ୍ୟ ମଦ ମଗାଇ ପାରିବେ । କୌଣସି ପ୍ରକାର ନିୟମ ଉଲ୍ଲଘଂନ ହେଉଥିଲେ ଉକ୍ତ ଜିଲ୍ଲାର ଜିଲ୍ଲାପାଳ ଦୋକାନକୁ ବନ୍ଦ କରିପାରିବେ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । 

  • Tags:

Subscribe

National International State Sports Entertainment