ବଜ୍ରପାତରେ ଦୁଇ ଆହତ । ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି । ଅସହୟ ତାତିରୁ ଘରୁ ଗୋଡ କଢିବା କଷ୍ଟକର ହୋଇ ପଡିଛି । ଗ୍ରୀଷ୍ମର ପ୍ରବାହ ଯୋଗୁଁ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ତାର କରାଳ ରୂପ ଦେଖାଇଛି । ଦିନରେ ଅସହ୍ୟ ଗରମ ଆଉ ସନ୍ଧ୍ୟା ହେଲେ କାଳବୌଶାଖୀ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଝାଟିକା ସାହି ଗାଁରେ । ତେବେ ଅସହ୍ୟ ଗରମ ପାଇଁ କିଛି ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ରେଡ ୱାର୍ନିଙ୍ଗ ଦିଆଯାଇଛି । ଦିନରେ ଜୀବନ ପୁରା ଅସ୍ତ ବ୍ୟସ୍ତ ହୋଇ ପଡୁଥିବା ବେଳେ ସନ୍ଧ୍ୟା ହେଲେ କାଳବୌଶାଖୀର ବର୍ଷା ପ୍ରବାହରୁ ସାମାନ୍ୟ ତ୍ରାହି ମିଳୁଛି । ହେଲେ ବିଜୁଳି ମାରିବାରୁ ଦୁଇ ଜଣ ଆହାତ ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, କାଳବୈଶାଖୀ ବର୍ଷା ସମୟରେ ଝାଟିକା ସାହି ଗାଁର ଏକ ଦୋକାନ ଘରେ ଆଶ୍ରୟ ନେଇଥିଲେ ଟିଟୁ ମଳିକ ଓ କାଳୁ ଚରଣ ପାଇକ । ଆଉ ଠିକ ସେହି ସମୟରେ ହଟାତ ବିଜୁଳି ମାରିବାରୁ ସେ ଦୁଇ ଜଣଙ୍କୁ ଆଘାତ ଲାଗିଥିଲା l ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଏକ ଅଟୋ ସାହାଯ୍ୟରେ ପ୍ରଥମେ ମୋହନା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣକୁ ଭର୍ତ୍ତି କରିଥିଲେ । ପରେ କାଳୁ ଚରଣଙ୍କ ଅବସ୍ଥା ଗୁରତର ହେବାରୁ ଡାକ୍ତର କାଳୁଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି, ତେବେ ଟିଟୁଙ୍କ ଅବସ୍ଥା ଠିକ ଥିବା ଜଣା ପଡିଛି l
ଅଧିକା ପଢନ୍ତୁ: ମେ’ ୨୦ରେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଜ୍ଞପ୍ତି