ବିଜେଡ଼ି ଅଫିସ୍ରେ ୩ ବିଧାୟକଙ୍କୁ ଘେରିଲା ଟ୍ରକ୍ ମାଲିକ ସଂଘ, ଲୁହାପଥର ଗୁଣ୍ଡ ପାଇପ୍ ଯୋଗେ ପରିବହନକୁ ବିରୋଧ କେନ୍ଦୁଝର,ସେପ୍ଟେମ୍ବର 23(ଖବର ଓଡ଼ିଶା): Share story: କେନ୍ଦୁଝର ବିଜେଡ଼ି ଅଫିସ୍ରେ ୩ ବିଧାୟକଙ୍କୁ ଘେରିଲା ଟ୍ରକ୍ ମାଲିକ ସଂଘ । ଲୁହାପଥର ଗୁଣ୍ଡ ପାଇପ୍ ଯୋଗେ ପରିବହନକୁ ବିରୋଧ କରି ୩ ବିଧାୟକଙ୍କୁ ଘେରିଛନ୍ତି ଟ୍ରକ୍ ମାଲିକ ସଂଘ । ଆନନ୍ଦପୁର, ଘସିପୁରା ଓ ପାଟଣା ବିଧାୟକଙ୍କୁ ଟ୍ରକ୍ ମାଲିକ ସଂଘ ଘେରାଉ କରିଛନ୍ତି । ତେବେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବା ନେଇ ପ୍ରତିଶୃତି ଦେବା ପରେ ଶାନ୍ତ ହୋଇଥିଲେ ଟ୍ରକ୍ ମାଲିକ ସଂଘ । ଖବର ଓଡ଼ିଶା, Reporter, 23/09/2022