ଆଜି ହେଉଛି "ମାନବ ଅଧିକାର ଦିବସ '' । ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ଏହି ଦିନ ଭାବେ ପାଳନ କରାଯାଏ । ୧୯୫୦ ମସିହାରେ ଏହି ଦିବସକୁ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଥିଲା । ମିଳିତ ଜାତିସଂଘର ସାଧାରଣ ସଭାର ଗ୍ରହଣ ଏବଂ ଘୋଷଣାକୁ ସମ୍ମାନିତ କରିବା ପାଇଁ ଆଜିର ଦିନ । ଜାତି,ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ । ସମସ୍ତଙ୍କୁ ସେମାନଙ୍କର ମୋଳିକ ଅଧିକାର ପ୍ରଦାନ କରିବା ଆଜି ଦିନର ମୂଳ ଲକ୍ଷ୍ୟ । ସମସ୍ତଙ୍କୁ ସମାନ ନ୍ୟାୟ , ସ୍ଵାଧୀନତା,ସମାନତା ପ୍ରଦାନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । ସବୁ ବର୍ଗର ବ୍ୟକ୍ତିବିଶେଷ କିଭଳି ଉଚିତ୍ ସମ୍ମାନ ଓ ନ୍ୟାୟ ପାଇବେ ସେଥିପାଇଁ ଆଜିର ଦିନ ପାଳନ କରାଯାଏ । ଆଜିର ଦିନରେ ଲୋକମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ଅବଗତ କରାଇବ ।
ଆଗକୁ ପଢ଼ନ୍ତୁ : ଆଜି ହେଉଛି "ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ''