Home >
ଗାଈ ଚୋରି ଅଭିଯୋଗରେ ତ୍ରିପୁରାରେ ଭିଡ ହିଂସାରେ ତିନି ଯୁବକଙ୍କୁ ହତ୍ୟା
Khabar Odisha:Three-youths-were-killed-in-a-mob-violence-in-Tripura-on-charges-of-cattle-theft

ତ୍ରିପୁରା, ଜୁନ୍ 21(ଖବର ଓଡ଼ିଶା):ଗାଈ ଚୋରି ଅଭିଯୋଗରେ ସନ୍ଦେହ କରି ତିନି ଜଣ ଯୁବକଙ୍କୁ ରବିବାର ଦିନ ତ୍ରିପୁରାର ଖୋୱାଇ ଜିଲ୍ଲାର ଉତ୍ତର ମହାରାଣୀପୁରରେ ଭିଡ ହିଂସାରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି।

ସେପାହିଲା ଜିଲ୍ଲାର ପୀଡିତମାନେ ଏକ ମିନି ଟ୍ରକରେ ଗୋରୁ ପରିବହନ କରୁଥିଲେ।  ଗ୍ରାମବାସୀ ମାନେ ବିଲାଲ ମିୟା 30, ଏବଂ ଆନନ୍ଦ ହୁସେନ୍ 28, 18 ବର୍ଷର ସାଇଫୁଲ ଇସଲାମ ବାନ୍ଧି ହତ୍ୟା କରିଥିଲେ।

ପୋଲିସ ଦଳ ଏହି ତିନିଜଣଙ୍କୁ ଅଗରତାଲାର ଜିବିପି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଜିଲ୍ଲା ପୋଲିସ ଅଧିକାରୀ କହିଛନ୍ତି।

ଘଟଣା ସ୍ଥଳରୁ ଟ୍ରକ୍ ଏବଂ ପାଞ୍ଚଟି ଗାଇ, ସ୍ଥାନୀୟ ପୋଲିସ୍  ଜବତ କରିଥିବା କହିଛନ୍ତି।ତେବେ ନିକଟରେ କିଛି ଗୋରୁ ଚୋରି ହୋଇଥିବା କଥାକୁ ସେ ସ୍ବିକାର କରିଛନ୍ତି।

ତେବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା କହି ସିପିଆଇ (ଏମ୍) ତ୍ରିପୁରାରେ ବିଜେପି ନେତୃତ୍ୱାଧୀନ ମିଳିତ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

  • Tags:

Subscribe

National International State Sports Entertainment