Viral Video: ଏଇକିଛି ଦିନ ହେଲା ଜଣେ ବ୍ୟକ୍ତି ତାଙ୍କ ନୃତ୍ୟ ପାଇଁ ସୋସିଆଲ ମିଡିଆରେ ହଇଚୟୀ ସୃଷ୍ଟି କରିଛନ୍ତି । କିଛି ଲୋକା ତାଙ୍କର ଏହି ନୃତ୍ୟ ଦେଖି ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ସହିତ ତୁଳନା କରିଛନ୍ତି ।
ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟ କରାଯାଇଥିଲା ଏବଂ ସେବେଠାରୁ ଏହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ନୃତ୍ୟ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧.୧୩ କୋଟିରୁ ଅଧିକା ଲୋକ ଦେଖି ସାରିଲେଣି । କେବଳ ଏତିକି ନୁହେଁ, ହଜାର ହଜାର ୟୁଜର୍ସ ଏଥିରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ଭାଇରାଲ୍ ଭିଡିଓରେ ଏକ ବିବାହ ଉତ୍ସବ ହେଉଥିବାର ମନେ ହେଉଛି, ଯେଉଁଠାରେ ବର, କନ୍ୟା ଏବଂ ଅତିଥିମାନେ ଉପସ୍ଥିତ ଅଛନ୍ତି। ଏହି ସମୟରେ, ଜଣେ ବ୍ୟକ୍ତି ବଲିଉଡ୍ ର ଗୋଟିଏ ଚର୍ଚି ସତ ସୁପରହିଟ ଗୀତରେ ସେ ନୃତ୍ୟ ପରିବେଶଣ କରିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ନୃତ୍ୟ ଦେଖି ଦର୍ଶକ ମୁଗ୍ଧ ହୋଇଯାଇଛନ୍ତି ।
ଏହି ଭିଡିଓଟି ଭାରତ ନା ପାକିସ୍ତାନର ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଭାବରେ କୁହାଯାଇପାରେ ଯେ ଏହି ନୃତ୍ୟ ନେଟିଜାନଙ୍କ ହୃଦୟ ଜିତିଛି। ଏହି ନୃତ୍ୟ ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ, ଅନେକ ନେଟିଜାନ ତାଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଛନ୍ତି।