Home >
ଥାନା ଭିତରେ ବେଲ୍ଟ ଲଗାଇ ଯୁବକଙ୍କ ଆତ୍ମହତ୍ୟା, ପୋଲିସର କାର୍ଯ୍ୟକାରୀତା ଉପରେ ଉଠିଲା ପ୍ରଶ୍ନ
Khabar Odisha:The-suicide-of-a-young-man-with-a-belt-inside-the-police-station-has-raised-questions-about-the-effectiveness-of-the-police
ଗଞ୍ଜାମ , ମେ 04 (ଖବର ଓଡିଶା) :

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଘଟିଛି ଅଭାବନୀୟ ଘଟଣା । ଥାନା ଭିତରେ ଥିବା ମହିଳା ଓ ଶିଶୁ ଡେସ୍କ କଠୋରୀ ଭିତରେ ଯୁବକ ଜଣଙ୍କ ବେଲ୍ଟ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ରଙ୍ଗୀପୁର ଗାଁର ଗଣେଶ ଡାକୁଆ ।

ଆତ୍ମହତ୍ୟାବେଳେ ଚିତ୍କାର ଶୁଣି ପୋଲିସ ତାଙ୍କୁ ତାଙ୍କୁ ମେଡିକାଲ ନେଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁରେ କିଛି ଗଣ୍ଡଗୋଳ ଅଭିଯୋଗରେ ଗୋଳନ୍ଥରା ଥାନାରେ ଅଟକ ଥିଲେ ।

ତେବେ ଗଣେଶକୁ ଜଗିବା ପାଇଁ ପୋଲିସ କର୍ମଚାରୀ ରହିବା କଥା । କିନ୍ତୁ ଯେଉଁ ସମୟରେ ସେ ଆତ୍ମହତ୍ୟା କଲେ ସେତେବେଳେ ଗଣେଶଙ୍କ ପାଖରେ କେହି ନଥିଲେ । ଘଟଣା ପରେ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଯଦି ଗଣେଶ ଆତ୍ମହତ୍ୟା କଲା, ତେବେ ସେଠାରେ କାହିଁକି କୌଣସି ପୋଲିସ କର୍ମଚାରୀ ନଥିଲେ । ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment