Home >
ରାସ୍ତାକଡ଼ ବ୍ୟାଗରୁ ନବଜାତ ଶିଶୁକନ୍ୟା ଉଦ୍ଧାର ,ନିକଟସ୍ଥ ସିସିଟିଭି ଫୁଟେଜ୍ ରୁ ଯାଞ୍ଚ କରୁଛି ପୋଲିସ୍
Khabar Odisha:The-newborn-baby-girl-was-rescued-from-the-roadside-bag-the-police-are-checking-the-nearby-CCTV-footage
ଭୁବନେଶ୍ବର, ଅଗଷ୍ଟ 11(ଖବର ଓଡ଼ିଶା):

ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡେଇ ଛକ ନିକଟରୁ ଉଦ୍ଧାର ହୋଇଛି ଏକ ଶିଶୁକନ୍ୟା । ଆଜି ସକାଳେ କଡେଇ ଛକ ନିକଟ ରାସ୍ତା କଡ଼ରେ ଏକ ବ୍ୟାଗ୍‌ରେ ନବଜାତ ଶିଶୁକନ୍ୟାଟି ପଡିଥିବା ଦେଖିଥିଲେ ସ୍ଥାନୀୟଲୋକେ ।

ଏହା ପରେ ପୋଲିସ୍ କୁ ଖବର ଦେବା ପରେ ବଡଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁକନ୍ୟାଟିର ଦେହ ଭଲ ନଥିବା ବେଳେ ତୁରନ୍ତ ତାକୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ପରେ ଶିଶୁଟିର ଅବସ୍ଥା ଗୁରୁତର ଥିବାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।ବର୍ତ୍ତମାନ ଶିଶୁଟିର ଦେହ ଅବସ୍ଥା ଏବେ ସ୍ଥିର ରହିଛି । ତେବେ ଶିଶୁକନ୍ୟା ବୋଲି ଏପରି ବିଚାର ନା ଆଉ କେଉଁ କାରଣ ପାଇଁ ଏପରି ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ପୋଲିସ୍ ନିକଟସ୍ଥ ସିସିଟିଭି କ୍ୟାମେରାରୁ ଯାଞ୍ଚ ପ୍ରକିୟା ଆରମ୍ଭ କରିଛି । 

  • Tags:

Subscribe

National International State Sports Entertainment