Home >
କରୋନା ଟୀକା ପରେ ଜାନୁଆରୀ ୩୦ ଓ ୩୧ରୁ ଆରମ୍ଭ ହେବ ଦେଶବ୍ୟାପୀ ପୋଲିଓ ଟୀକାକରଣ ଅଭିଯାନ
Khabar Odisha:The-nationwide-polio-vaccination-campaign-will-start-on-January-30-and-31-after-the-coronavirus-vaccine
ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା)

ଜାନୁଆରୀ ୩୦ ତାରିଖରୁ ଜାତୀୟ ପୋଲିଓ ଟିକାକରଣ ଅଭିଯାନ ପୁଣି ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଜାନୁଆରୀ ୧୭ ତାରିଖରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲା 

କିନ୍ତୁ ଜାନୁଆରୀ ୧୬ ତାରିଖରୁ କୋଭିଡ୍ ଟିକା ଅଭିଯାନ ଆରମ୍ଭ ହେଉଥିବାରୁ ବୁଧବାର କେନ୍ଦ୍ରସରକାର ପୋଲିଓ ଟିକାକରଣକୁ ବାତିଲ୍ କରିଛନ୍ତି । ତେବେ ପୋଲିଓ ଟିକା ପାଇଁ ପୁଣି ତାରିଖ ଘୋଷଣା କରାଯାଇଛି ।

ଜାନୁଆରୀ ୩୦ ତାରିଖ ପୂର୍ବାହ୍ନ ୧୧.୪୫ ମିନିଟରେ ରାଷ୍ଟ୍ରପତିଙ୍କ ଭବନ ପରିସରରେ କେତକ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏହା ପରେ ଜାନୁଆରୀ ୩୧ ତାରିଖ ଦିନ ସାରା ଦେଶରେ ୫ ବର୍ଷରୁ କମ୍ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।

  • Tags:

Subscribe

National International State Sports Entertainment