Home >
ପୁରା ବିଶ୍ୱରେ ଦେଖିବାକୁ ମିଳୁଛି ‘ଦି ଫ୍ୟାମିଲି ମ୍ୟାନ୍ ୨' ର କ୍ରେଜ୍‌, IMDB ରେଟିଙ୍ଗରେ ୪ର୍ଥ ସ୍ଥାନରେ ମନୋଜ ବାଜପାୟୀଙ୍କ ଏହି ୱେବ୍ ସିରିଜ୍‌
Khabar Odisha:The-family-man-4th-most-popular-show-in-the-world

ମୁମ୍ବାଇ, ଜୁନ୍ ୨୧ (ଖବର ଓଡ଼ିଶା): ନିକଟରେ ଓଟିଟଇ ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ଫ୍ୟାମିଲି ମ୍ୟାନ୍ ୨ କୁ ନେଇ ପୁରା ବିଶ୍ୱରେ ଦେଖିବାକୁ ମିଳିଛି କ୍ରେଜ୍ । ଏବେ ଦୁନିଆର ସବୁଠାରୁ ଚର୍ଚ୍ଚିତ ସିରିଜ୍ ହୋଇପାରିଛି ଫ୍ୟାମିଲି ମ୍ୟାନ୍ ୨ । ଏବେ ଦୁନିଆରେ କେବଳ ହଲିଉଡ୍ କେଣ୍ଟଟ୍ ନୁହେଁ ହିନ୍ଦି ସିରିଜ ମଧ୍ୟ ଲୋକମାନଙ୍କୁ ସେତେ ମାତ୍ରାରେ ମନୋରଞ୍ଜନର ଖୋରାକ୍ ଯୋଗାଇ ପାରୁଛି । 

ଚଳିତ ଜୁନ୍ ମାସରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଧାରାବାହିକ ‘ଦି ଫ୍ୟାମିଲି ମ୍ୟାନ୍ ୨' ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ମନୋଜ ବାଜପେୟୀ ଏବଂ ସମନ୍ଥା ଆକ୍କିନେନି ଦର୍ଶକଙ୍କୁ ସେମାନଙ୍କ ଅଭିନୟ ଜାଦୁରେ ମନ୍ତ୍ରମୁଗ୍ଧ କରିଛନ୍ତି।

ଫ୍ୟାମିଲି ମ୍ୟାନର ପ୍ରଥମ ସିରିଜ୍ ଠାରୁ ଦ୍ୱିତୀୟ ସିରିଜ୍ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରୀୟ ହୋଇପାରିଛଇ । ଅନ୍ୟପକ୍ଷରେ, ରାଜ ଏବଂ ଡି.କେ ମଧ୍ୟ ସିରିଜର ସଫଳତା ଦେଖି ତୃତୀୟ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଦୁନିଆର ସବୁଠାରୁ ଲୋକପ୍ରୀୟ ଧାରାବାହିକରେ ପରିଣତ ହୋଇଛି । ଏହି ସିରିଜକୁ ଆଇଏମଡିବି ରେ ମଧ୍ୟ ଜବରଦସ୍ତ ରେଟିଂ ଦିଆଯାଇଛି । ଶୋ’ର ମୁଖ୍ୟ କଳାକାର ମନୋଜ ବାଜପେୟୀ ଏ ସମ୍ପର୍କରେ ଏକ ପୋଷ୍ଟ ସେୟାର କରି ଏହାର ସୂଚନା ଦେଇଛନ୍ତି । 

ଆଇଏମଡିବି ରେଟିଙ୍ଗ୍ ଅନୂଯାଇ ଦୁନିଆର ସବୁଠାରୁ ପ୍ରସିଦ୍ଧ ୱେବ୍ ସିରିଜ୍ ତାଲିକାରେ 'ଫ୍ୟାମିଲି ମ୍ୟାନ୍ ୨' ଚତୁର୍ଥ ସ୍ଥାନ ଅଧିକାର କରିଛି । ବର୍ତମାନ ସୋ’ ର ନିର୍ମାତା ଏବଂ ଅଭିନେତାମାନେ ଏହି ସଫଳତା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ନିକଟରେ େସୋ’ର ଷ୍ଟାର ମନୋଜ ବାଜପେୟୀ ଏହି ତାଲିକାର ସ୍ନାପସଟ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସିରିଜ୍ ଚତୁର୍ଥ ନମ୍ବରରେ ଦେଖାଯାଉଛି ।

ଆଇଏମଡିବିର ଏହି ତାଲିକାରେ ଏକ ନମ୍ବରରେ ‘ଲୋକୀ', ଦୁଇ ନମ୍ବରରେ ‘ସ୍ୱିଟ୍ ଟୁଥ୍‌' ଏବଂ ତୃତୀୟ ନମ୍ବରରେ 'ମେର ଅଫ୍ ଇଷ୍ଟଟାଉନ୍‌' ଅନ୍ତର୍ଭୁକ୍ତ । ବର୍ତମାନ ମନୋଜ ବାଜପେୟୀଙ୍କ ଏହି ପୋଷ୍ଟକୁ ପ୍ରଶଂସକ ଏବଂ ସେଲିବ୍ରେଟୀ ମାନେ ତୀବ୍ର ପ୍ରତିକ୍ରିୟା କରୁଛନ୍ତି ।

ମନୋଜ ବାଜପେୟୀଙ୍କ ଚରିତ୍ର ଫ୍ୟାମିଲି ମ୍ୟାନ୍ ର ଉଭୟ ସିରିଜ୍ ରେ ଦର୍ଶକ ମହଲରେ ବେଶ୍ ଆଦୃତ ଲାଭ କରି ପାରିଛି । ଏହି କ୍ରମରେ ସେ ଶ୍ରୀକାନ୍ତ ତିୱାରୀ ନାମକ ଜଣେ ଗୁପ୍ତଚରଙ୍କ ଚରିତ୍ରରେ ଅଭିନୟ କରିଥିଲେ ଯିଏ ପରିବାର ଏବଂ ଦେଶ ସୁରକ୍ଷା କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ବ୍ୟତୀତ ଦ୍ୱିତୀୟ ସିଜନରେ ସାଉଥ ଷ୍ଟାର ସମନ୍ଥା ରଜୀ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି ।

  • Tags:

Subscribe

National International State Sports Entertainment