Home >
କେନାଲରୁ ମିଳିଲା ମୃତ ଯୁବତୀଙ୍କ ମୃତଦେହ.ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଛି ପୋଲିସ୍
Khabar Odisha:The-body-of-the-dead-girl-was-found-in-the-canal-Police-are-investigating-the-murder-or-suicide
ଚଣ୍ଡିଖୋଲ , ସେପ୍ଟେମ୍ବର 24(ଖବର ଓଡ଼ିଶା):

କେନାଲରୁ ମିଳିଲା ମୃତ ଯୁବତୀଙ୍କ ମୃତଦେହ । ଏପରି ଖବର ଆସିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଶାସନ ପୁରୁଷୋତ୍ତମପୁର ହାଇ ଲେବଲ ଗାଁରୁ ।  ମୃତ ଯୁବତୀଙ୍କ ନାଁ ହେଉଛି ରୀନା ରାଣୀ ପଣ୍ଡା ।

ଗତ ତିନି ଦିନ ତଳେ  ଯୁବତୀ ଜଣକ ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ଖବର ସାରା ର୍ଗାରେ ଦୁଃଖର ଛାୟା ଖେଳାଇ ଦେଇଛି । ତେବେ ନିଖୋଜ ଯୁବତୀଙ୍କୁ କିଏ ମାରିକି କେନାଲରେ ପକାଇ ଦେଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେନେଇ ଏପର୍ଯ୍ୟନ୍ତ କିଛି ସ୍ଫଷ୍ଟ ସୁଚନା ମିଳିପାରି ନାହିଁ ।

ଏ ନେଇ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଛି । ତିନି ଦିନ ହେବ ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । 

  • Tags:

Subscribe

National International State Sports Entertainment