Home >
ଜମି ବିବାଦକୁ ନେଇ ବିଚ୍ ରାସ୍ତାରେ ମହିଳା ଓକିଲଙ୍କୁ ଆକ୍ରମଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ
Khabar Odisha:The-attack-on-a-female-lawyer-on-Beach-Road-over-a-land-dispute-has-gone-viral-on-social-media
ନୂଆଦିଲ୍ଲୀ , ମେ 16(ଖେବର ଓଡିଶା):

ଜଣେ ମହିଳା ଓକିଲଙ୍କୁ ରାସ୍ତାରେ ଗୋଇଠା,ବିଧା ମାରିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଏହି ଦୃଶ୍ୟ ଆସିଛି କର୍ଣ୍ଣାଟକର ବାଗାଲକୋଟେ ଜିଲ୍ଲାରୁ ।

ଭିଡ଼ିଓରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ପୋଲିସ୍ ଗିରଫ କରି ନେଇଛି ।ବ୍ୟକ୍ତିଗତ ଭାବେ ଜମି ବିବାଦକୁ ନେଇ ମହନ୍ତେଶ ନାମକ ବ୍ୟକ୍ତି ଜଣେି ମହିଳା ଓକିଲ ଏବଂ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ।

ଏହାକୁ ଭିତ୍ତି କରି ବାଗାଲକୋଟ ଟାଉନ ପୋଲିସ ମହନ୍ତେଶଙ୍କୁ ଗିରଫ କରିବା ସହ ଆକ୍ରମଣ କରିଥିବା ମାମଲା ରୁଜୁ ହୋଇଛି। ତେବେ ପୋଲିସ୍ ର କହିବା ମୂତାବକ ମହିଳା ଓ ମହାନ୍ତିଶ ଦୁଇ ଜଣ ପଡୋଶୀ ଅଟନ୍ତି ।

ଭିଡିଓଟି ମାତ୍ର ଆଠ ସେକେଣ୍ଡ ର ଅଟେ କିନ୍ତୁ ଏହି ଦୃଶ୍ୟ ଗୁଡିକ ଅତି ନିଷ୍ଠୁର ଏବଂ ଭୟଙ୍କର ଅଟେ । ଘଟଣାର ଭିଡିଓରେ ଦର୍ଶାଯାଇଛି ଯେ ମହନ୍ତେଶ ରାଗରେ ମହିଳାଙ୍କୁ ଆକ୍ରମଣ କରି ଚାଲୁଛନ୍ତି ।

ଯେଉଁଥିରେ ମହିଳାଙ୍କ ପେଟ ଓ ଛାତିରେ ଆଘାତ ଲାଗିଛି । ଯାହା ଜଣାପଡ଼ୁଛି ସ୍ଥାନୀୟ ଲୋକମାନେ ମଧ୍ୟ କେହି ଅଟକାଇବାକୁ ଚେଷ୍ଠା କରୁନାହାନ୍ତି । ଏନେଇ ପୋଲିସ୍ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛି । 

  • Tags:

Subscribe

National International State Sports Entertainment