Home >
କଟକ SCB ସଂପ୍ରସାରଣ ଓ ପୁନର୍ବିନ୍ୟାସ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ଜାରି
Khabar Odisha:State-Odisha-SCB-reformation-demolition-drive
କଟକ, ଫେବୃଆରୀ ୧୪ (ଖବର ଓଡ଼ିଶା):

କଟକ ଏସସିବି ସଂପ୍ରସାରଣ ଓ ପୁନର୍ବିନ୍ୟାସ ନେଇ ଆଜି ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟାରେ ଏସସିବି ନିକଟରେ ଥିବା ଚୂନ ଭାଟିରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତାକଡ଼ରୁ ଉଚ୍ଛେଦ କରାଯାଉଛି । 

ସୂଚନାନୁସାରେ,  କଟକ ଏସସିବି ପୁର୍ନବିନ୍ୟାସ ପାଇଁ ସିଏମସି ପକ୍ଷରୁ ସର୍ଭେ କରାଯାଇ ଉଚ୍ଛେଦ କରିବାକୁ ଚିହ୍ନଟ କରାଯାଇଛି । ଯେଉଁ ସବୁ ବସ୍ତି, ଦୋକାନ ଏହି ଅଧିନରେ ଆସୁଛି ସେମାନଙ୍କୁ ସଚେତନ କରାଯାଇଛି । ଉଚ୍ଛେଦ ବଦଳରେ ସେମାନଙ୍କ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଚତୁର୍ଥ ପର୍ଯ୍ୟାୟରେ ଏସସିବି ନିକଟରେ ଥିବା ଚୂନ ଭାଟିରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତାକଡ଼ରୁ ଉଚ୍ଛେଦ କରାଯାଉଛି । କେନାଲର ଉଭୟ ପଟ ରାସ୍ତା କଡ଼ରେ ଥିବା ଦୋକାନ, କ୍ଲବ ଓ ମନ୍ଦିର ଉଚ୍ଛେଦ କରାଯାଉଛି । ଏହି ଉଚ୍ଛେଦ କାର୍ଯ୍ୟରେ ୨,୩ ଟି ଜେସିବି ନିୟୋଜିତ ହୋଇଛି । ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି । 

ସୂଚନାଯୋଗ୍ୟ ଯେ, ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ସର୍ଭେରେ ୫୪୫ ଘର , ୮୮ ଟି ଦୋକାନ ଘର ,,ସିଏମସି ର ୩୦ ଟି ଦୋକାନ, ଧର୍ମାନୁଷ୍ଠାନ ଓ କ୍ଲବ ୧୭ , ଷ୍ଟ୍ରିଟ ଭେଣ୍ଡର ୧୪ ଟି ରହିଥିବା ଜଣାପଡ଼ିଛି । ସମସ୍ତଙ୍କୁ ପ୍ରଥମେ ଥଇଥାନ କରାଯାଉଛି ତା ପରେ ଉଚ୍ଛେଦ କରାଯାଉଛି । ସେହିପରି ସରକାରୀ କର୍ମଚାରୀଙ୍କୁ ଦିଆଯାଉଛି ଘର ଭଡା ବାବାଦ ଅର୍ଥ । ୧ମ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ ୧୨୫୦୦ ଟ. ୨ୟ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ୧୦୦୦୦ଟ., ୩ୟ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ୭୫୦୦ଟ., ୪ର୍ଥ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ ୫୦୦୦ ଟଙ୍କା ଘର ବାବଦକୁ ସରକାରୀ କର୍ମଚାରୀଙ୍କୁ ଭଡା ବାବଦକୁ ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀ କରି ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଟକ ଜିଲ୍ଲାପାଳ ।

  • Tags:

Subscribe

National International State Sports Entertainment