Home >
ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବେ ବିରୋଧୀ
Khabar Odisha:State-Odisha-Odisha-assembly-Meeting-2nd-day
ଭୁବନେଶ୍ୱର, ଫେବୃଆରୀ ୧୫ (ଖବର ଓଡ଼ିଶା):

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ତେବେ ଆଜି ମଧ୍ୟ ଗୃହ ସରଗରମ ରହିବା ସମ୍ଭାବନା ରହିଛି । ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବେ ବିରୋଧୀ । 

ଆଜି ବିଧାନସଭା ଗୃହରେ ଉଭୟ ବଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଜି ଏମଏସଏମଇ ସହ ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ , ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପ୍ରଭୃତି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ଗୃହରେ ଗୋଳନ୍ଥରା ବସ୍ ଟ୍ରାଜେଡି ନେଇ ମୁଲତବୀ ପ୍ରସ୍ତାବ ଆଣିଚି ବିଜେପି । ବିଜେପିର ମୁଲତବୀ ନୋଟିସ୍‌କୁ ଗ୍ରହଣ କରିଛନ୍ତି ବାଚସ୍ପତି । ଏହି ପ୍ରସଙ୍ଗ ଉପରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିବେ । 

ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ଦୁଇଟି ପର୍ଯ୍ୟାୟରେ ବିଧାନସଭା ଚାଲିବ । ୧୪ ଦିନ ବଜେଟ ଉପରେ ଆଲୋଚନା ହେବାକୁ ଥିବା ବେଳେ ୪ ଦିନ ସରକାରୀ ଓ ୪ ଦିନ ବେସରକାରୀ ଦିବସ ରହିଛି । ୧୮ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ।

  • Tags:

Subscribe

National International State Sports Entertainment