Home >
ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ଜୁନ ପହିଲାରୁ ବିମାନ ଉଡ଼ାଣ ଆରମ୍ଭ
Khabar Odisha:State-Odisha-Flight-fly-from-jharsuguda-to-bbsr-and-Raipur-from-june-01
ଝାରସୁଗୁଡ଼ା,ମେ ୨୫(ଖବର ଓଡ଼ିଶା):

ଝାରସୁଗୁଡ଼ା ବିମାନ  ବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ଜୁନ ପହିଲାରୁ ବିମାନ ଉଡ଼ାଣ ଭରିବା ନେଇ ନିର୍ଦ୍ଦେଶକ ସୁଦେଶ କୁମାର ଚୈାହାନ ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ା ବିମାନ  ବନ୍ଦର ଉଡ଼ାନ ୩ଯୋଜନା ଏଲାଇନ୍ସ ଏୟାର ବିମାନ ସେବା ଯୋଗାଇବ । ଜୁନ ପହିଲାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡ଼ିବା ନେଇ ସୂଚନା ମିଳିଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ଦିନ ୧୦ଟା ୫୫ରେ ଉଡ଼ାଣ ଭରିବ । ଝାରସୁଗୁଡ଼ାରୁ ରାୟପୁରକୁ ସନ୍ଧ୍ୟା ୫ଟା ୩୦ରେ ବିମାନ ଉଡ଼ାଣ ଭରିବ । ଏନେଇ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୈାହାନ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଅନୁମତି ପାଇଥିଲେ ସୁଦ୍ଧା ଝାରସୁଗୁଡ଼ା ବିମାନ ବନ୍ଦରରୁ ଚଳିତ ବର୍ଷ ମାର୍ଚ୍ଚ ୩୧ରୁ  କେତେକ ସ୍ଥାନକୁ ବିମାନ ଉଡ଼ାଣ ଭରୁଛି ।

  • Tags:

Subscribe

National International State Sports Entertainment