Home >
ଗୋଷ୍ଠୀ ସଂଘର୍ଷ, ୩ଆହତ
Khabar Odisha:State-Odisha-Fight-between-two-groups3-injured
ଗଂଜାମ, ଏପ୍ରିଲ ୧୬(ଖବର ଓଡିଶା):

ଗଂଜାମ ଗୁଣ୍ଠପଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ତିନିଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଢେଲାପଥର ମାଡ଼ ସହ ଠେଙ୍ଗାରେ ପିଟାପିଟି ହୋଇଥିଲା ।

ଗଂଜାମ ଜିଲ୍ଲା ଗୁଣ୍ଠପଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । କୈାଣସି ଶତ୍ରୃତାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଢେଲାପଥର ମାଡ଼ ହୋଇ ତିନିଜଣ ଆହତ ହୋଇଛନ୍ତି । ଏହା ସହ ଗୋଟିଏ ପକ୍ଷ ଅନ୍ୟ ପକ୍ଷ ସହ ଠେଙ୍ଗାରେ ପିଟାପିଟି ହୋଇଛନ୍ତି  । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଠ ରହିଛି । ଘଟଣାସ୍ଥଳରେ ଆସିକା ପୋଲିସ ପହଂଚି ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment