Home >
ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କଲେ କ୍ରିସ ଗେଲ, ଶେଷ ମ୍ୟାଚରେ ଖେଳିଲେ ୭୨ ରନର ବିସ୍ଫୋରକ ଇନିଂସ
Khabar Odisha:Sports-cricket-odisha--chris-gayle-retire-smashed-72-runs-in-last-international-inning-at-trinidad
ନୂଆଦିଲ୍ଲୀ, ଅଗଷ୍ଟ ୧୪(ଖବର ଓଡ଼ିଶା):

ଦୁନିଆର ସବୁଠୁ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସାମିଲ କ୍ରିସ୍ ଗେଲ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ନିଜ କ୍ୟାରିୟରର ଶେଷ ଇନିଂସରେ ଗେଲ୍ ୪୧ ବଲରୁ ୭୨ ରନର ବିସ୍ଫୋରକ ପାଳି ଖେଳିଥିଲେ। ଗେଲ୍ ନିଜର ଅର୍ଦ୍ଧଶତକୀୟ ପାଳିରେ ୮ ଚୌକା ଓ ୫ ଛକା ମାରିଛନ୍ତି। ଏହି ଇନିଂସରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୭୯ରୁ ଅଧିକ ରହିଛି। ତ୍ରିନିଦାନରେ ଭାରତ ବିପକ୍ଷ ଶେଷ ଦିନିକିଆରେ ଗେଲ୍ ମାତ୍ର ୩୦ ବଲରୁ ୪ ଛକା ଓ ୬ ଚୌକା ବଳରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦିନିକିଆରେ ଏହା ତାଙ୍କର ୫୪ତମ ଅର୍ଦ୍ଧଶତକ।

୯ ବର୍ଷ ପରେ ମାଗିଲେ ଅର୍ଦ୍ଧଶତକ

କ୍ରିସ୍ ଗେଲଙ୍କ ପାଇଁ ଏହି ଅର୍ଦ୍ଧଶତକ ବହୁତ ଖାସ୍ ରହିଛି କାରଣ ଭାରତ ବିପକ୍ଷରେ ତାଙ୍କର ବ୍ୟାଟ୍ ସର୍ବଦା ନିରବ ରହିଛି। ଗେଲ୍ ୯ ବର୍ଷ ପରେ ଭାରତ ବିପକ୍ଷରେ ୫୦ରୁ ଅଧିକ ରନର ଇନିଂସ  ଖେଳିଛନ୍ତି। ଶେଷ ଥର ସେ ୨୦୦୯ରେ ଭାରତ ବିପକ୍ଷରେ ୫୦ରୁ ଅଧିକ ରନ କରିଥିଲେ। ଆଜିର ମ୍ୟାଚରେ ଗେଲ୍ ୧୨ତମ ଓଭରରେ ଖଲିଲ ଅହମ୍ମଦଙ୍କ ବଲରେ କୋହଲିଙ୍କୁ କ୍ୟାଚ୍ ଦେଇଥିଲେ। ଏଥିସହ ଗେଲଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କ୍ୟାରିୟରର ଯବନିକା ପଡ଼ିଛି। 

ଏହି ମ୍ୟାଚରେ ଗେଲ୍ ଏଭିନ ଲୁଇସଙ୍କ ସହ ପ୍ରଥମ ଓ୍ଵିକେଟରେ ୬୫ ବଲରୁ ୧୧୫ ରନ ଯୋଡ଼ିଥିଲେ। ଇଣ୍ଡିଜ ୨୦୧୪ ପରେ ପ୍ରଥମ ଥର ଘରୋଇ ଦିନିକିଆରେ ଓପନିଂ ଯୋଡ଼ିରେ ଶତକୀୟ ଭାଗିଦାରୀ କରିଛି। ଉଲ୍ଲେଖନୀୟ ଲୁଇସ୍ ଓ ଗେଲ୍ ୪ ଓଭରରେ କେବଳ ୧୩ ରନ ଯୋଡିଥିଲେ। ମାତ୍ର ପରବର୍ତ୍ତୀ ୩୩ ବଲରେ ଏହି ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୧୦୦ ରନ କରିଥିଲେ। ଗେଲ୍ ଓ ଲୁଇସ୍ ମିଶି ୮ ଛକା ଓ ୧୩ ଚୌକା ମାରିଥିଲେ। ଲୁଇସ୍ ୨୯ ବଲରୁ ୪୩ ରନ କରି ଆଉଟ୍ ହୋଇଥିଲେ। 

ଗେଲଙ୍କ କ୍ୟାରିୟର

କ୍ରିସ୍ ଗେଲ ଓ୍ଵେଷ୍ଟଇଣ୍ଡିଜ ପାଇଁ ୩୦୧ ଦିନିକିଆ ମ୍ୟାଚ୍ ଖେଳୀ ୧୦,୪୮୦ ରନ କରିଛନ୍ତି। ସେ କ୍ୟାରିୟରରେ ୨୫ ଶତକ ଓ ୫୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗେଲ୍ ଦିନିକିଆରେ ୩୩୧ ଛକା ମାରିଛନ୍ତି। ସେ ୧୦୩ ଟେଷ୍ଟ ମ୍ୟାଚ୍ ଖେଳି ୭୨୧୪ ରନ କରିଛନ୍ତି। ଏଥିରେ ୧୫ ଶତକ ସାମିଲ। ଟେଷ୍ଟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୩୩ ରନ ରହିଛି। ଟି-୨୦ ଅନ୍ତରାଷ୍ଟ୍ରୀୟରେ ଗେଲଙ୍କ ନାମରେ ୨ ଶତକ ରହିଛି। 

Subscribe

National International State Sports Entertainment