Home >
ରାସ୍ତା ନିର୍ମାଣ ପାଇଁ ହୋଇଥିବା ଗାତରେ ଜମିଥିଲା ବର୍ଷା ପାଣି: ପାଣିରେ ବୁଡି ୨ ନାବାଳକ ମୃତ ,୨ଗୁରୁତର
Khabar Odisha:Rainwater-accumulates-in-road-construction-holes-2-minors-drown-2-seriously
କୋରାପୁଟ, ଜୁନ ୨୩(ଖବର ଓଡିଶା):

ପାଣିରେ ବୁଡି ୨ ନାବାଳକ ମୃତ ଓ ୨ ଗୁରୁତର ହୋଇଛନ୍ତି । କୋରାପୁଟ ଦଶମନ୍ତପୁର ବ୍ଲକ ମାଝିଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । 

ଏହି ଗାତରେ ବର୍ଷା ଯୋଗୁଁ ପାଣି ଭର୍ତ୍ତି ହୋଇଯାଇଥିଲା । ତେବେ ଖେଳିବା ବେଳେ ଅସାବଧାନତା ଯୋଗୁଁ ନାବାଳକ ଗାତରେ ପଡିଯାଇଥିଲେ । ଫଳରେ ସେଠାରେ ଖେଳୁଥିବା ୪ ଜଣ ଗାତରେ ପଡିଯାଇଥିଲେ । 

ହେଲେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆବସ୍ଥାରେ ଡାକ୍ତରାଖାନରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ କୋରାପୁଟ ଏସଡିପିଓ ଓ ପୋଲିସ ପହଞ୍ଚିଥିଲେ ।

  • Tags:

Subscribe

National International State Sports Entertainment