Home >
ଭୋଟ କାର୍ଡ଼ ଆବେଦନ ପାଇଁ କେବଳ ୪ଦିନ ବାକି ରହିଲା , ନଚେତ୍ ମତଦାନରୁ ବଂଚିତ ହେବେ
Khabar Odisha:Politics-Odisha-enroll-and-check-your-name-in-voter-list-lok-sabha-election-2019-live-how-to-apply-voter-id-card-online
ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡିଶା) :

 ୨୦୧୯ ଲୋକସଭା ନିର୍ବାଚନ ନିକଟରୁ ନିକଟତର ହେଲାଣି । ଯଦି ଅପଣଙ୍କ ପାଖରେ ଭୋଟର କାର୍ଡ଼ ନାହିଁ ତେବେ ଭୋଟ ପ୍ରଦାନ କରିବାରୁ ବଂଚିତ ହୋଇଯିବେ । ଭୋଟ କାର୍ଡ଼ ଆବେଦନ ପାଇଁ ଆପଣଙ୍କ ପାଖରେ କେବଳ ଚାରି ଦିନ ସମୟ ରହିଛି । ଗଣତନ୍ତ୍ରରେ ସାମିଲ ହେବାକୁ ଚାହୁଁଛନ୍ତି ଯଦି ତୁରନ୍ତ ଏହି କାମରେ ଲାଗି ପଡ଼ନ୍ତୁ । 

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ମତଦାନ ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ ୧୯ ଯାଏଁ ଚାଲିବ । ଏକବିଂଶ ଶତାବ୍ଦୀରେ ଜନ୍ମିତ ୧.୫ କୋଟି ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ । ଏହା ମଧ୍ୟରେ ଯେଉଁମାନେ ନିଜ ଅଂଚଳର ଭୋଟର ଲିଷ୍ଟରେ ନାମ ଲେଖାଇ ନାହାାଁନ୍ତି ସେମାନଙ୍କ ପାଇଁ ମାର୍ଚ୍ଚ ୨୦ ଯାଏଁ ସମୟ ରହିଛି ।

ଅନଲାଇନ ମାଧ୍ୟମରେ ମଧ୍ୟ ଭୋଟର କାର୍ଡ଼ ବନାଇପାରିବେ । ଭୋଟର କାର୍ଡ଼ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୦ ରହିଛି । ଆପଣ ଘରେ ବସି ମଧ୍ୟ ନିଜ ଅଧିକାର ବଂଚାଇ ରଖିବା ପାଇଁ ଭୋଟକାର୍ଡ଼ ଆବେଦନ କରିପାରିବେ । ନିର୍ବାଚନ ଆୟୋଗର ୱେବସାଇଟ https://eci.gov.in/ ରେ ଯାଇ ନାଁରେ ପଞ୍ଜିକରଣ କରନ୍ତୁ । ପୁରୁଣା କାର୍ଡ଼ରେ କୈାଣସି ତ୍ରୁଟି ରହିଥିଲେ ତାକୁ ମଧ୍ୟ ପରିବର୍ତ୍ତନ କରାଇପାରିବେ ।

Subscribe

National International State Sports Entertainment