Home >
ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି, ପ୍ରଥମ ପର୍ଯ୍ୟାୟର ମତଦାନ ପାଇଁ ଜାରି ହୋଇପାରେ ପ୍ରାର୍ଥୀ ତାଲିକା
Khabar Odisha:Politics-BJP-LS-2019-BJP-can-issue-its-first-list-of-candidates-on-Saturday

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ଶନିବାର ସନ୍ଧ୍ୟାରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକରେ ଆଗାମୀ ଏପ୍ରିଲ୧୧ରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଆସନର ପ୍ରାର୍ଥୀଙ୍କ ଉପରେ ଶେଷ ନିଷ୍ପତ୍ତି ନିଆଯାଇପାରେ । ନିର୍ବାଚନ ଆୟୋଗ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୦ ଆସନରେ ମତଦାନ ହେବ ।

ବିଜେପି ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କମିଟିର ବୈଠକରେ ସର୍ବପ୍ରଥମେ ପଶ୍ଚିମ ଉତ୍ତର ପ୍ରଦେଶର ଆସନ ଉପରେ ନିଷ୍ପତ୍ତି ନିଆଯାଇପାରେ । ଏଥିରେ ନୋଏଡା, ଗାଜିଆବାଦ, ଗୌତମ ବୁଦ୍ଧ ନଗର, ବାଗପତ, ବିଜନୌର, କୈରାନା, ସାହାରାନପୁର, ମୁଜାଫରନଗର ଏବଂ ମେରଠ ସାମିଲ ଅଛି । 

ବର୍ତ୍ତମାନ ନୋଏଡାର ପ୍ରତିନିଧିତ୍ୱ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା ଏବଂ ଗାଜିଆବାଦର ପ୍ରତିନିଧି ପୂର୍ବତନ ଜେନେରାଲ ଭିକେ ସିଂହ କରୁଛନ୍ତି । ବିଜେପି ଏହି ଆସନରୁ କିଛି ପ୍ରାର୍ଥୀଙ୍କର ଟିକୋଟ କାଟି ନୂଆ ପ୍ରାର୍ଥୀଙ୍କୁ ଦେଇପାରେ । ସେହିପରି ବିହାରର ୪ ଆସନ- ଔରଙ୍ଗାବାଦ, ଗୟା, ଜମୁଇ ଏବଂ ନୱାଦା ପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ମାତ୍ର ବିହାରରେ ଏବେବି ଏନଡିଏ ସିଟ ଆବଣ୍ଟନ ନେଇ ଔପଚାରିକ ଘୋଷଣା କରି ନାହିଁ । 

ବିଜେପି ଏହି ଆସନ ଗୁଡ଼ିକରେ ନିଜର ପ୍ରାର୍ଥୀଙ୍କ ଘୋଷଣା କରିବ । ମାତ୍ର ଜମୁଇ ପୂର୍ବରୁ ହିଁ ଲୋକଜନଶକ୍ତି ପାର୍ଟିର ଆସନ ରହିଛି । ରାବବିଲାସ ପାସୱାନଙ୍କ ପୁଅ ଚିରାଗ ପାସୱାନ ଏଠାରୁ ସାଂସଦ ଅଛନ୍ତି । ଏଥି ପାଇଁ ଏହି ଆସନ ଚିରାଗଙ୍କ ଖାତାକୁ ଯାଇପାରେ । ନୱାଦା ଆସନରୁ ବିଜେପି ନିଜର ଆଶାୟୀ ପ୍ରାର୍ଥୀଙ୍କୁ ଛାଡ଼ିଦେଇଛି । ଏହି ଆସନରୁ ସାଂସଦ ବିଜେପି ନେତା ଗିରିରାଜ ସିଂହଙ୍କୁ ଦ୍ୱିତୀୟ ସୁଯୋଗ ମିଳିପାରେ । ବିଜେପିର ବୈଠକରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଅନ୍ୟ ଆସନ ଉପରେ ଆଲୋଚନା ହେବ । 

 

  • Tags:

Subscribe

National International State Sports Entertainment