ବରଗଡ଼/ପଦ୍ମପୁର : 06/12/2022
ପଦ୍ମପୁର ଉପନିର୍ବାଚନ ଗତକାଲି ଶେଷ ହୋଇଥିବା ବେଳେ ଏବେ ଇଭିଏମ ରେ ସୁରକ୍ଷିତ ଅଛି 3ଦଳର ଭାଗ୍ୟ | ଏବେ ଅପେକ୍ଷା ଫଳାଫଳକୁ | କିଏ ଧରିବ ପଦ୍ମପୁରର ଶାସନ ଡୋରି? , ଏସବୁ କୁ ନେଇ ଲୋକେ ଆଶାଆଶଙ୍କାରେ ଥିବାବେଳେ ଆରମ୍ଭ ହୋଇଛି ରାଜନୀତି | ପଦ୍ମପୁର ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି ବିଜେଡିର ବିଜୟ ହେବ। 2019ରେ ବିଜେଡି 5 ହଜାରରୁ ଅଧିକ ଭୋଟରେ ଜିତିଥିଲା । ଏଥର ତାହା ବହୁ ଗୁଣିତ ହେବ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡିର ବିଜୟ ସୁନିଶ୍ଚିତ ହେବା ସହ ଭୋଟ ହାର ବଢିଛି । ଯାହା ବିଜେଡିର ସପକ୍ଷରେ ଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
ସେପଟେ ବିଜେପି ଭଲ ପ୍ରତିଶତ ଭୋଟରେ ଜିତିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୃଥ୍ବୀରାଜ ହରିଚନ୍ଦନ। ଅତିକମରେ 10 ହଜାର ଭୋଟରେ ଜିତିବ ବୋଲି ବିଜେପି ଆକଳନ କରିଛି। ତେବେ ପଦମପୁର ଉପନିର୍ବାଚନ କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ। କିନ୍ତୁ ଫଳାଫଳ ପୂର୍ବରୁ ବାଦବିବାଦ ଦେଖିବାକୁ ମିଳୁଛି।