Home >
ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ, କରୋନା ନେଲା ୧୪ ଜଣ ସଂକ୍ରମିତଙ୍କ ପ୍ରାଣ
Khabar Odisha:Odisha-Reports-14-More-Deaths-in-corona
ଭୁବନେଶ୍ବର, ଅକ୍ଟୋବର ୧୮ (ଖବର ଓଡ଼ିଶା):

କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିନି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୩୫କୁ ବୃଦ୍ଧି ପାଇଛି।

କଟକରୁ ଦୁଇଜଣ, ଜଗତସିଂହପୁରରୁ ଦୁଇଜଣ, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନାରେ ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତମାନେ ପ୍ରାଣ ହରାଇଛନ୍ତି ।

  • Tags:

Subscribe

National International State Sports Entertainment