Home >
ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କଲା ବିଏମସି
Khabar Odisha:Nuagaon-declared-as-contentment-zone-by-BMC
ଭୁବନେଶ୍ୱର, ଜୁଲାଇ ୦୩ (ଖବର ଓଡ଼ିଶା):


ରାଜନୈତିକ ଦଳର କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମ,ବିକ୍ଷୋଭ ଆଦି ଉପରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ମହାମାରୀ କରୋନା ସମୟରେ ଅଧିକ ସଂଖ୍ୟାରେ ଏକତ୍ରିକରଣ ଉପରେ ବିଏମସି ପୂର୍ବରୁ ଜୋରିମାନା ଆଦାୟ କରିଛି । ଆଇନକୁ କେହି ହାତକୁ ନନେଇ ଅଧିକ ସଂଖ୍ୟାରେ ଏକତ୍ରିକରଣ ନହେବାକୁ ବି.ଏମ.ସି ପକ୍ଷରୁ କୁହାଯାଇଛି । 



ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ବାହାର ରାଜ୍ୟର ଶ୍ରମିକଙ୍କ ଠାରେ ପଜିଟିିଭ ମିଳିଛି । ଆଜିଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ଉପରେ ରୋକ ଲଗାଇଛି ବି.ଏମ.ସି । ଯେଉଁମାନେ ଆସିସାରିଛନ୍ତି ୧୪ ଦିନ କ୍ୟାରେଣ୍ଟାଇନରେ ରହିବେ ବୋଲି ସୂଚନା ଦିଆଯାଇଛି । ଘରୋଇ ହସ୍ପିଟାଲରେ ହଟସ୍ପଟ ଜିଲାରୁ ଆସିଥିବା ରୋଗୀଙ୍କ ପାଇଁ ପ୍ରଥମେ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ।। ସେହିପରି ସୁବାଷ ନଗରରୁ କଣ୍ଟେନମେଣ୍ଟ ଉଚ୍ଛେଦ କରାଯିବା ସହ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ବି.ଏମ.ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

  • Tags:

Subscribe

National International State Sports Entertainment