Home >
ନାଗରିକତା ବିଲ ଉପରେ ଶିବସେନାର ୟୁ-ଟର୍ଣ୍ଣ, ଉଦ୍ଧବଙ୍କ ପ୍ରଶ୍ନ-ଶରଣାର୍ଥୀଙ୍କୁ କେଉଁଠି ରଖିବ ?
Khabar Odisha:National-news-citizenship-amendment-bill-shiv-sena-uddhav-thackrey-modi-government
ମୁମ୍ୱାଇ, ଡିସେମ୍ବର ୧୦ (ଖବର ଓଡ଼ିଶା):

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନାଗରିକତା ସଂଶୋଧନ ବିଲ ଉପରେ ମୋଦୀ ସରକାରକୁ ଘେରିଛନ୍ତି । ସେ ମଙ୍ଗଳବାର ଦିନ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନି ସେ ପର୍ଯ୍ୟନ୍ତ ସେ ଏହି ବିଲ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବେ ନାହିଁ ।

ଉଦ୍ଧବ ଠାକରେ କହିଛନ୍ତି, ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଦେଶଦ୍ରୋହୀ, ଏହା ସେମାନଙ୍କ ଭ୍ରମ । ଏହା ଏକ ଭ୍ରମ ଯେ କେବଳ ଭାରତୀୟ ଜନତା ପାର୍ଟି ଦେଶର ଚିନ୍ତା କରୁଛି । ଆମେ ନାଗରିକ ସଂଶୋଧନ ବିଲକୁ ନେଇ ପରାମର୍ଶ ଦେଇଥିଲୁ । ଆମେ ଚାହୁଁ ଯେ ଏହାକୁ ରାଜ୍ୟସଭାରେ ଗମ୍ଭୀରତାର ସହ ନିଆଯାଉ । ଏହି ଶରଣାର୍ଥୀମାନେ କେଉଁଠାରେ ରହିବେ ? କେଉଁ ରାଜ୍ୟରେ ରହିବେ ? ଏହି ସବୁ ସ୍ପଷ୍ଟ କରାଯିବା ଦରକାର । 

Subscribe

National International State Sports Entertainment