Home >
ଜାମ୍ମୁ କାଶ୍ମୀରରେ ଆତଙ୍କ-ନିରୋଧୀ ଅଭିଯାନରେ ନିୟୋଜିତ ଯବାନଙ୍କୁ ସର୍ବାଧିକ ସାହାସିକତା ମେଡାଲ
Khabar Odisha:National-news-Highest-Number-Of-Gallantry-Medals-To-Soldiers-Deployed-In-Anti-Terror-Operations-In-Jammu-Kashmir
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ସ୍ୱାଧିନତା ଦିବସ ଅବସରରେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବୀରତା ପଦକ ଗୁଡିକ ମଧ୍ୟରେ ସବୁଠାରୁ ଅଧିକ 180ଟି ଏପରି ପଦକ ଜାମ୍ମୁ କାଶ୍ମୀରରେ ଆତଙ୍କ ନିରୋଧୀ ଅଭିଯାନରେ ସାମିଲ ଥିବା କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କୁ ଦିଆଯାଇଛି ।

ସିଆରପିଏଫ ଏବଂ ରାଜ୍ୟ ପୁଲିସର ଯବାନ ଏବଂ ଅଧିକାରୀଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମୁଦାୟ 946 ପଦକ  ଘୋଷଣା କରିଛି । ଏଥିରେ ତିନି ଜଣଙ୍କୁ ସାହାସିକା ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ, ଯେତେବେଳେ କି 177 ଜଣଙ୍କୁ ପୁଲିସ ମେଡାଲରେ ସମ୍ମାନିତ କରାଯାଇଛି । 

ସରକାରଙ୍କ ପକ୍ଷରୁ ବୟାନ ଜାରି କୁହାଯାଇଛି ଯେ ଜାମ୍ମୁ କାଶ୍ମୀରରେ ଆତଙ୍କ-ନିରୋଧୀ ଗ୍ରେଡରେ ନିୟୋଜିତ ଥିବା ଯବାନଙ୍କ ପାଇଁ 114ଟି ସାହାସିକ ପଦକ ଦିଆଯାଇଛି, ଯେତେବେଳେ କି ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ପ୍ରଭାବିତ ରାଜ୍ୟ ଗୁଡିକରେ ନିୟୋଜିତ ଥିବା ଯବାନଙ୍କୁ 62ଟି ସାହାସିକ ପଦକ ଦିଆଯାଇଛି । ପୂର୍ବତ୍ତର ରାଜ୍ୟରେ ଚାଲିଥିବା ଅଭିଯାନରେ ନିୟୋଜିତ ହୋଇଥିବା ଚାରି ଜଣ ସୁରକ୍ଷାକର୍ମୀଙ୍କୁ ପଦକ ମିଳିଛି । 

ଗତଥର ପରି ଚଳିତଥର ମଧ୍ୟ ସିଆରପିଏଫକୁ ସର୍ବାଧିକ 72ଟି ପଦକ ମିଳିଛି । ଏହାପରେ କାଶ୍ମୀର ପୁଲିସକୁ 61, ଓଡିଶା ପୁଲିସକୁ 23, ଛତିଶଗଡ ପୁଲିସ କର୍ମୀଙ୍କୁ 9 ପଦକ ଏବଂ ବିଏସଫ-ଆଇଟିବିପିକୁ ଦୁଇ-ଦୁଇଟି ପଦକ ମିଳିଛି ।

ବିଶିଷ୍ଠ ସେବା ପାଇଁ 89 ଜଣ ପୁଲିସକର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିଛି ଏହାସହ 677 ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିଛି । 

Subscribe

National International State Sports Entertainment