Home >
ରାହୁଲ-ସୋନିଆଙ୍କୁ ଭେଟିବେ ପାକିସ୍ତାନୀ ହିନ୍ଦୁ, ନାଗରିକତା ବିଲର ସମର୍ଥନ ପାଇଁ କରିବେ ଅପିଲ
Khabar Odisha:National-news--Pakistani-Hindu-Refugee-Will-Meet-Rahul-And-Sonia-Gandhi-To-Ask-Support-Citizenship-Amendment-Bill
ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା):

ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାସ ହୋଇଛି, ଆସନ୍ତାକାଲି ରାଜ୍ୟସଭାରେ ଆଗତ କରାଯିବ । କିନ୍ତୁ ସଂଖ୍ୟା ବଳର ଗଣିତ କାରଣରୁ ଉପର ଗୃହରେ ବିଲ ପାସ କରିବାରେ ସରକାରଙ୍କ ପାଇଁ କିଛି ଅସୁବିଧା ହୋଇପାରେ । ଏହାରି ମଧ୍ୟରେ ପାକିସ୍ତାନ ହିନ୍ଦୁମାନେ ବିରୋଧୀଦଳର ନେତାଙ୍କୁ ଭେଟି ନାଗରିକତା ସଂଶୋଧନ ବିଲର ସମର୍ଥନ କରିବା ପାଇଁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନୀ ହିନ୍ଦୁଙ୍କ ଏକ ଦଳ ଖୁବଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବ । ହିନ୍ଦୁଙ୍କ ପ୍ରତିନିଧି ଦଳ ନାଗରିକତା ସଂଶୋଧନ ବିଲ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛି ।  

ଆଦର୍ଶ ନଗରର ଏକ ରିଫ୍ୟୁଜି କ୍ୟାମ୍ପରେ ରହୁଥିବା 700 ହିନ୍ଦୁଙ୍କ ମଧ୍ୟରୁ ନେହରୁଲାଲ କହିଛନ୍ତି ଆମକୁ ନାଗରିକତ୍ୱ ଦେବା ପାଇଁ ସରକାରଙ୍କୁ ସହଯୋଗ କରିବା ପାଇଁ ଆମେ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ କରିବୁ । ପାକିସ୍ତାନରେ ହିନ୍ଦୁଙ୍କ ସହ ଅନ୍ୟାୟ ହେଉଛି । ସେଠାରେ ଆମର ହିନ୍ଦୁ ଧର୍ମ, ଝିଅ-ବୋହୁଙ୍କ ଇଜ୍ଜତ ଏବଂ ଜୀବନ ସୁରକ୍ଷିତ ନାହିଁ । ଏପରିସ୍ଥିତିରେ ବିରୋଧୀ ଦଳ ଏହି ବିଲକୁ ପାସ କରିବାରେ ସାହାଯ୍ୟ କରି ଆମର ଜୀବନକୁ ରକ୍ଷା କରିବାରେ ସରକାରଙ୍କୁ ସହଯୋଗ କରନ୍ତୁ । 

ଜଣେ ପାକିସ୍ତାନୀ ହିନ୍ଦୁ କହିଛନ୍ତି ଦିଲ୍ଲୀରେ ଘରେ ଚାକର ରଖିବା ପାଇଁ ମଧ୍ୟ ପରିଚୟ ପତ୍ରର ଆବଶ୍ୟତକା ରହିଛି । କିନ୍ତୁ ତାଙ୍କ ପାଖରେ କୌଣସି ପରିଚୟ ପତ୍ର ନାହିଁ । ଯେଉଁଥି ପାଇଁ ଲୋକମାନେ ସେମାନଙ୍କୁ ଚାକିରୀରେ ରଖିବା ପାଇଁ ପ୍ରସ୍ତୁତ ନୁହନ୍ତି । ଏପରି ଭାବେ ତାଙ୍କ ଜୀବନ ଅତି ଦୟନୀୟ ସ୍ଥିତିରେ ବିତୁଛି ।  

Subscribe

National International State Sports Entertainment