Home >
ଅଶୋଧିତ ତୈଳ ଆମଦାନୀ ଇରାନ ଠାରୁ ବନ୍ଦ କଲା ଭାରତ
Khabar Odisha:National-Odihsa-India-stopped-importing-oil-from-iran
ନୂଆଦିଲ୍ଳୀ,ମେ ୨୫(ଖବର ଓଡ଼ିଶା):

ଆମେରିକା ସହ ହୋଇଥିବା ଚୁକ୍ତିର ସମୟ ସୀମା ଶେଷ ହେବା ପରେ ଭାରତ ଇରାନ ଠାରୁ ଆମଦାନୀ କରୁଥିବା ଅଶାଧିତ ତୈଳ ବନ୍ଦ କରିଦେଇଛି । 

ଆମେରିକା ଓ ଭାରତ ମଧ୍ୟରେ ଅଶାଧିତ ତୈଳକୁ ନେଇ ହୋଇଥିବା ଚୁକ୍ତି ଶେଷ ହୋଇଛି । ଏହି ମାସ ପହିଲାରୁ ଚୁକ୍ତିର ସମୟ ସୀମା ଶେଷ ହେବା ପରେ ଭାରତ ଇରାନ ଠାରୁ ଅଶାଧିତ ତୈଳ ଆମଦାନୀ ବନ୍ଦ କରିଦେଇଛି । ଭାରତର ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶୃଙ୍ଗଳା ଆମେରିକାରେ କହିଛନ୍ତି ଯେ, ଏପ୍ରିଲ ମାସରେ ହିଁ ଭାରତ ଇରାନ ଠାରୁ କ୍ରୟ କରାଯାଉଥିବା ଅଶୋଧିତ ତୈଳର ପରିମାଣ କମ କରିଦେଇଥିଲା । ଯାହା ପୂର୍ବରୁ ୨.୫ ଆରବ ଟନର ଅଶୋଧିତ ତୈଳ ଆମଦାନୀ ହେଉଥିଲା ତାହା ଏପ୍ରିଲରେ ୧ଆରବ ଟନ ହୋଇଯାଇଥିଲା । 

ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶୃଙ୍ଗଳା ଏହା ମଧ୍ୟ କହିଛନ୍ତି ଯେ, ଏହା ଆମେରିକା ପାଇଁ ଏକ ସାମାନ୍ୟ ବିଷୟ ହେଲେ ମଧ୍ୟ ଭାରତକୁ ଏହା ପାଇଁ ଏକ ବିକଳ୍ପ ଉପାୟ ନ ଖୋଜିବା ଯାଏଁ ଇରାନ ଠାରୁ କିଛି ତୈଳ କ୍ରୟ କରିବାକୁ ପଡ଼ିବ । କାରଣ ଭାରତ ବେନେଜୁଏଲା ଠାରୁ ମଧ୍ୟ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିଦେଇଛି ।

  • Tags:

Subscribe

National International State Sports Entertainment