Home >
କରୋନା ସଂକ୍ରମିତ ମା’କୁ ଘରେ କବାଟ ବନ୍ଦ କରି ପଳାଇଲା ପୁଅ, ଏମିତି ଜୀବନ ବଂଚାଇଲେ ମହିଳା
Khabar Odisha:Nation-Son-and-daughter-in-law-run-away-after-corona-victim-mother-is-locked-UP-in-home

ଆଗ୍ରା, ମେ ୦୪ (ଖବର ଓଡ଼ିଶା): କରୋନା ମହାମାରୀ ସମୟରେ ଲୋକମାନଙ୍କର ମାନବିକତା ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ଲୋକେ ରୋଗରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରୁଥିବା ବେଳେ ଅନ୍ୟ ସ୍ଥାନରେ ନିଜକୁ ବଂଚାଇବା ପାଇଁ ସଂପର୍କକୁ ଭୁଲିଯାଉଛନ୍ତି । ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

ଯେଉଁ ଜନ୍ମଦାତ୍ରୀ ମା’ ପୁଅକୁ ଜନ୍ମ ଦେଇଛି, ସେ ଅବହେଳା ସମ୍ମୁଖୀନ ହୋଇଛନ୍ତି । କରୋନା ସଂକଟ ସମୟରେ କରୋନା ସଂକ୍ରମିତ ମା’କୁ ପୁଅ-ବୋହୂ ଛାଡ଼ି ପଳାୟନ କରିଛନ୍ତି । ସବୁଠାରୁ ପରିତାପର ବିଷୟ ହେଲା ଯେ, ମା’ଙ୍କୁ ପୁଅ ଓ ବୋହୂ ଘର ଭିତରେ ବନ୍ଦୀ କରି ଅନ୍ୟତ୍ର ଚାଲିଯାଇଛନ୍ତି । 

ପୋଲିସ କହିବା ଅନୁସାରେ କମଳାନଗର କୋଠି ନମ୍ବର ୧୯୨ରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ପୁଅ-ବୋହୂ ନିଜର ମା’ଙ୍କୁ କୋଠରୀରେ ବନ୍ଦ କରି କବାଟରେ ତାଲା ପକାଇ ଦେଇଥିଲେ । ସେମାନଙ୍କୁ ଭୟ ଥିଲା ଯେ, କରୋନାରେ ପୀଡିତ ମା’ଙ୍କ ଦ୍ୱାରା ଘରର ଅନ୍ୟମାନେ ସଂକ୍ରମିତ ହୋଇଯିବେ। ପରେ ଘଟଣା ସଂପର୍କରେ ଗାଁ ଲୋକେ ଜାଣିବାରୁ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ମହିଳାଙ୍କୁ ଉଦ୍ଧାର କରିଥିଲା ।

 

  • Tags:

Subscribe

National International State Sports Entertainment