ସମ୍ଭଲ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ସମ୍ଭଳ ଜିଲ୍ଲାରେ ପ୍ରତିଭାର ଧନୀ ଗାଁ ଔରଙ୍ଗପୁର ସିଲୈଟା । ଗାଁରେ ପ୍ରତ୍ୟେକ ଘରେ ଚାକିରିଆ ଅଛନ୍ତି । ଏହି ଗାଁରେ ଏପର୍ଯ୍ୟନ୍ତ ୩୧ ଜଣ ଲୋକ ଆଇପିଏସ୍ ଓ ପିସିଏସ୍ ଅଧିକାରୀ ହୋଇସାରିଛନ୍ତି । ଏହି ଗାଁର ପିଲାମାନେ ପାଠପଢ଼ା ସମୟରେ ଆରମ୍ଭରୁ ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି ।
ଅଗ୍ନିପଥ ଯୋଜନାକୁ ସମର୍ଥନ କରୁଥିବା ଗାଁର ଯୁବକମାନେ ସେବା ପାଇଁ ପରିଶ୍ରମ କରୁଛନ୍ତି । ସ୍ୱାଧୀନତା ପୂର୍ବରୁ ଏହି ଗାଁର ହରୱଖସ ସିଂହ ପିପିଏସ ଅଧିକାରୀ ହୋଇଥିଲେ । ସେ ଅବସର ନେଲା ପରେ ଗାଁର ଯୁବକଙ୍କୁ ଅଧିକାରୀ ହେବା ପାଇଁ ପରାମର୍ଶ ଦିଅନ୍ତି ।
ଔରଙ୍ଗପୁର ସିଲୈଟାର ଜନସଂଖ୍ୟା ପାଖାପାଖି ୩୦୦୦ । ଏହି ଗାଁରେ ଠାକୁର, ପାଳ, ଜାଟଭ, ସେହନୀ ବିରାଦରୀଙ୍କ ବ୍ୟତୀତ ମୁସଲିମ ସମାଜର ଲୋକେ ବି ବସବାସ କରନ୍ତି । ଗାଁର ଅଧିକାଂଶ ଲୋକେ ପାଠୁଆ । ପ୍ରତ୍ୟେକ ଘରେ ସରକାରୀ ଚାକିରିଆ । କେବଳ ଅଧିକାରୀକୁ ଛାଡିଦେଲେ ଗାଁର ଅନ୍ୟମାନେ ସରକାରଙ୍କ ବିଭିନ୍ନ ପଦ-ପଦବିରେ ମୁତୟନ ଅଛନ୍ତି । ସ୍ୱାଧୀନତା ପରେ ସୁଲତାନ ସିଂହ କୃଷି ବିଭାଗର ନିର୍ଦ୍ଦେଶକ ଥିଲେ । ତାଙ୍କର ଭାଇ ଏଦଲ ସିଂହ ବନ ବିଭାଗରେ ରେଂଜର ହୋଇଥିଲେ । ଏବେ ଗାଁ ୧୫ ଜଣ ଯୁବକ ଆଇପିଏସ ଓ ପିସିଏସ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।
ଗାଁରେ ଶିକ୍ଷାକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ । ଏହି ଗାଁରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ମୋଟ ୧୨ଟି ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି ।