Home >
ନେପାଳରେ ୫.୪ ତୀବ୍ରତାର ଭୂକମ୍ପର ଝଟକା, ବିହାରରେ ମଧ୍ୟ ପଡ଼ିଲା ପ୍ରଭାବ
Khabar Odisha:Nation-Earthquake-of-magnitude-54-on-the-richter-scale-hit-Nepal-tremor-felt-at-Bihar

ପାଟଣା, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ଭାରତର ପଡୋଶୀ ନେପାଳରେ ଆଜି ଭୋର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪  ଥିଲା । ଏହି ଭୂକମ୍ପ ସକାଳ ୫ଟା ୪ ମିନିଟରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପ ଯୋଗୁଁ ନେପାଳ ସୀମାକୁ ଲାଗିଥିବା ବିହାରର ସହରସା, ପୂର୍ବ ଚମ୍ପାରଣ, ମୁଜାଫରପୁର ଅଂଚଳରେ ମଧ୍ୟ ପ୍ରଭାବିତ ହୋଇଛି । ଲୋକେ ଭୟଭୀତ ହୋଇଯାଇଛନ୍ତି । କାଠମାଣ୍ଡୁ ନିକଟ ୧୦ କିଲୋମିଟର ଭୂଭାଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । 

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ଭାଗରେ ବିଗତ କିଛି ଦିନ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ, ମୁମ୍ବାଇ ସମେତ ଉତ୍ତର ଭାରତ ଓ ଆଣ୍ଡାମାନ ନିକୋବରରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଥିବା ପରୀଲକ୍ଷିତ ହେଉଛି । 

 

  • Tags:

Subscribe

National International State Sports Entertainment