Home >
ଘରେ ବସି ଏହି ମୋବାଇଲ ଆପ୍‌ରେ ବନାନ୍ତୁ ନିଜର ଭୋଟର କାର୍ଡ, ଲଞ୍ଚ କଲା ଇଲେକ୍‌ସନ କମିଶନ
Khabar Odisha:Natioanl-Odisha-election-commission-of-india-launched-voter-helpline-app
ନୂଆଦିଲ୍ଲୀ, ମାର୍ଚ୍ଚ ୧୫(ଖବର ଓଡିଶା):

ଲୋକସଭା ନିର୍ବାଚନ ୨୦୧୯ର ଚାରିଖ ଘୋଷଣା ହୋଇସାରିଛି । ସାରା ଦେଶରେ ୭ଟି ପର‌୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ ଏବଂ ଆପଣଙ୍କର ଭୋଟର କାର୍ଡ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଇଲେକ୍‌ସନ କମିଶନ ଏକ ଆପ୍ଲିକେସନ ଲଞ୍ଚ କରିଛନ୍ତି । ଯାହା ସାହାଯ୍ୟରେ ଆପଣ ଘରେ ବସି ଭୋଟ କାର୍ଡ ପାଇଁ ଆବେଦନ କରିପାରିବେ । 

ଏହି ଆପ୍ଲିକେସନ ମାଧ୍ୟମରେ ଆପଣ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ଦେଇପାରିବେ । ଇଲେକ୍‌ସନ କମିଶନ ଲଞ୍ଚ କରିଥିବା ଏହି ଆପ୍ଲିକେସନର ନାମ ହେଉଛି “ଠକ୍ଟଗ୍ଧରକ୍ସ ଐରକ୍ଷକ୍ଟ୍ରକ୍ଷସଦ୍ଭର”  । ଏହି ଆପ୍ଲିକେସନକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର୍‌ରୁ ଡାଉନ୍‌ଲୋଡ୍ କରିପାରିବେ । ଡାଉନଲୋଡ୍ କରିବା ପରେ ପ୍ରାରମ୍ଭିକ ସେଟିଂ କରି ରେଜିଷ୍ଟ୍ରେସନ କରନ୍ତୁ । 

ଏହି ଆପ୍ ଜରିଆରେ ଆପଣ ଭୋଟର ଲିଷ୍ଟରେ ନିଜର ନାମକୁ ଦେଖି ପାରିବେ । ଏଥିପାଇଁ ଆପଣଙ୍କୁ ଆପ୍‌କୁ ଯାଇ ସର୍ଚ ୟୋର ନେମ ଇନ୍‌ ଇଲେକ୍ଟ୍ରୋଲ୍ ରୋଲ ବାର୍‌ରେ ସର୍ଚ କରିବାକୁ ପଡିବ । ନାମ ସର୍ଚ କରିବା ପାଇଁ ଆପଣଙ୍କୁ ଆପଣଙ୍କ ଭୋଟର କାର୍ଡ ନମ୍ୱର ଦେବାକୁ ପଡିବ । ଏହା ବ୍ୟତୀତ ଏହି ଆପ୍‌ ମାଧ୍ୟମରେ ନୂଆ ଭୋଟର କାର୍ଡ ପାଇଁ ମଧ୍ୟ ଆବେଦନ କରିପାରିବେ । ଏହା ବ୍ୟତୀତ ନିଜ ଭୋଟର ଆଇଡିରେ କିଛି ପରିବର୍ତ୍ତନ ମଧ୍ୟ କରିପାରିବେ । ଯଦି ଆପଣ ଭୋଟର କାର୍ଡ ପାଇଁ ଆବେଦନ କରିଛନ୍ତି ତେବେ ଏହି ଆପ୍‌ରେ ଆପଣ ତାର ଷ୍ଚାଟସ ମଧ୍ୟ ଜାଣିପାରିବେ । 

ଏହି ଆପ୍‌ରେ ଆପଣଙ୍କୁ ଇଲେକ୍‌ସନ କମିଶନ ସହ ସମ୍ବଦ୍ଧିତ ଖବର ମଧ୍ୟ ମିଳିବ । ଏହା ସହ ନିର୍ବାଚନର ନିୟମଗୁଡିକ ବିଷୟରେ ମଧ୍ୟ ଆପଣ ଏହି ଆପ୍‌ରୁ ଜାଣିପାରିବେ । ଇଭିଏମ ମେସିନ ସମ୍ବନ୍ଧରେ ମଧ୍ୟ ଏହି ଆପ୍‌ ଜରିଆରେ ଆପଣ ତଥ୍ୟ ଜାଣିପାରିବେ, ଯେମିତି କି ଏହି ମେସିନ କିଭଳି ଭାବେ କାମ କରେ । 

Subscribe

National International State Sports Entertainment