ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଛି । ସୂଚନା ଅନୁସାରେ, ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଜଙ୍ଗଲ ଅନ୍ୟପଟେ ଉତ୍ତରାଖଣ୍ଡର ନୈନିତାଲ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି । ଜଙ୍ଗଲ ନିଆଁ ଗୋଟେ ପରେ ଅନ୍ୟ ଗୋଟେ ସ୍ଥାନକୁ ବ୍ୟାପିବାରେ ଲାଗିଛି ।
ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀଙ୍କ ସମେତ ସେନା କର୍ମଚାରୀମାନେ ମଧ୍ୟ ନିୟୋଜିତ ଅଛନ୍ତି । ଜଙ୍ଗଲ ନିଆଁ ପ୍ରଭାବରେ ଜଙ୍ଗଲରେ ଥିବା ସମସ୍ତ ମୂଲ୍ୟବାନ ଗଛ ସମେତ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଉଛି । ବନ୍ୟଜନ୍ତୁ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ହେଲିକପ୍ଟର ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପାଣି ସିଞ୍ଚନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିଆଁ ଏତେ ଭୟଙ୍କର ହେବାରେ ଲାଗିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୧ ଟି ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଏହି ନିଆଁରେ ଏକର ଏକର ଜଙ୍ଗଲ ଜଳି ଯାଉଛି ।
ଆଗକୁ ପଢ଼ନ୍ତୁ : ଜବତ ହେଲା ସାଢେ ୩ କୋଟି ଟଙ୍କାର ଡ୍ରଗ୍ସ