ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କଲା ପଦ୍ମପୁର ପୋଲିସ। ଏହି ମାମଲାରେ ଜଡିତ ଥିବା ୪ଜଣ ଅଭିଯୁକ୍ତ ମଧ୍ୟ ଗିରଫ କରିଛି ପୋଲିସ। ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୪୦୦ ନିଶା ଇଞ୍ଜେକ୍ସନ, ୧୦୦୦ ଖଣ୍ଡ ନିଶା ବଟିକା, ୫୨ ଗୋଟି କଫସିରଫ ରହିଛି। ତେବେ ଆଗକୁ ନିର୍ବାଚନ ଥିବାବେଳେ ଆହୁରୀ କଡା ଯାଞ୍ଚ ଜାରି ରଖିଛି ପଦ୍ମପୁର ପୋଲିସ।
ସୂଚନା ଅନୁସାରେ, ନିର୍ବାଚନୀ ସମୟରେ ନିଶା କରବାର ଉପରେ କଡା ନଜର ରଖୁଛି ପଦ୍ମପୁର ପୋଲିସ୍। ଏନେଇ ଅଞ୍ଚଳର ବିଭିନ୍ନ ସ୍ଥାନରେ କଡା ଯାଞ୍ଚ କରିବା ସହ କିଭଳି ଭାବରେ ନିରପେକ୍ଷ ଭାବରେ ନିର୍ବାଚନ ହେବ ସେ ନେଇ ଏବଂ ସଜାଗ ପଦ୍ମପୁର ପୋଲିସ୍। ତେବେ ଗତକାଲି ପୋଲିସ୍ ପେଟ୍ରୋଲିଙ୍ଗ ସମୟରେ ବିପୁଳ ମାତ୍ରାରେ ନିଶା ସାମଗ୍ରୀ ଜବତ କରିଥିଲା। ୧୪୦୦ ନିଶା ଇଞ୍ଜେକ୍ସନ, ୧୦୦୦ ଖଣ୍ଡ ନିଶା ବଟିକା, ୫୨ ଗୋଟି କଫସିରଫ ଜବତ କରିଛି। ତେବେ ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା ବେଳେ ଆଉ ପ୍ରମୁଖ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ୍। ତେବେ ଏଇ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।