Home >
Minuteman-3 ମିସାଇଲ ପରୀକ୍ଷା କଲା ଆମେରିକା, ଜାଣନ୍ତୁ ଏହାର ଗୁରୁତ୍ୱ
Khabar Odisha:International-US-test-launches-Minuteman-3-inter-continental-ballistic-missile

ୱାଶିଂଟନ, ଅଗଷ୍ଟ ୧୭ (ଖବର ଓଡ଼ିଶା): ସଂଯୁକ୍ତ ରାଷ୍ଟ୍ର ଆମେରିକା ମଙ୍ଗଳବାର ବହୁଦୂରକୁ ଉତ୍‌କ୍ଷେପଣ କରିପାରୁଥିବା ମିସାଇଲ ମିନଟମ୍ୟାନ ୩ ଇଣ୍ଟର କଣ୍ଟିନେଶନାଲ ବାଲାଷ୍ଟିକ ମିସାଇଲ ପରୀକ୍ଷା କରିଛି । ଏହି ମିସାଇଲ ଯେତେବେଳେ ଉତ୍‌କ୍ଷେପଣ ହୋଇଥିଲା, ଏହାର ଆଲୋକ ବହୁତ ଦୂରକୁ ଦେଖାଯାଉଥିଲା । ଆମେରିକା ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ପରୀକ୍ଷଣ ସଫଳତାପୂର୍ବକ କରାଯାଇଛି । ପୂର୍ବରୁ ରୁଷିଆ-ୟୁକ୍ରେନ ଏବଂ ଚୀନ-ତାଇୱାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପାଇଁ ଏହାର ପରୀକ୍ଷଣକୁ ସ୍ଥଗିତ କରି ଦିଆଯାଇଥିଲା । ମାତ୍ର ଏବେ ଏହାକୁ ସଫଳତାର ସହିତ ପରୀକ୍ଷା କରାଯାଇଛି । 

ଆମେରିକା ସେନା ବୟାନ ଜାରି କରି କହିଛି ଯେ, ପରୀକ୍ଷଣ ଆମେରିକା ପରମାଣୁ ବଳକୁ ତତ୍ପରତା ଦେଖାଉଛି । ଦେଶର ପରମାଣୁ ନିବାରକ ଓ ଘାତକା ତଥା ପ୍ରଭାବଶୀଳତାରେ ବିଶ୍ୱାସ ପ୍ରଦାନ କରୁଛି । ଅଧିକାରୀଙ୍କ କହିବା ଅନୁସାରେ ମିସାଇଲ ୯୬୬୦ କିମି ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବ । ସେହିପରି ଏହା ଘଣ୍ଟା ପିଛା ୬୭୬୦କିମି ଗତି କରିପାରିବ । ଆଇସିବିଏମ ପରମାଣୁ ସକ୍ଷମ ମିସାଇଲ, ଯାହାକି ବିଶ୍ୱବ୍ୟାପୀ ଯେକୌଣସି ସ୍ଥାନକୁ ଲକ୍ଷ୍ୟ ଭେଦ କରିପାରିବ । 

 

  • Tags:

Subscribe

National International State Sports Entertainment