Home >
ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପସ୍ଥିତିରେ ଇସ୍ରାଏଲ ସହ ୟୁଏଇର ଐତିହାସିକ ବୁଝାମଣା, ପାଲେଷ୍ଟାଇନ କଲା ନିନ୍ଦା
Khabar Odisha:International-UAE-and-Bahrain-signs-historic-agreement-with-Israel-Trump-terms-it-dawn-of-new-middle-east

ୱାଶିଂଟନ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ତଟିୟ ଦେଶ ଓ ଇସ୍ରାଏଲର ସଂପର୍କରେ ମଙ୍ଗଳବାର ଏକ ଐତିହାସିକ ଆରମ୍ଭ ହୋଇଛି । ହ୍ୱାଇଟ ହାଉସରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମାରୋହରେ ଇସ୍ରାଏଲ ସହିତ ଐତିହାସିକ ବୁଝାମଣା ନେଇ ଦସ୍ତଖତ ହୋଇଛି । ଏହି ବୁଝାମଣା ଅନୁସାରେ ତଟୀୟ ଦେଶଗୁଡ଼ିକ ଇସ୍ରାଏଲ ସହିତ ସଂପର୍କକୁ ସାଧାରଣ କରିବାକୁ ମାନ୍ୟତା ଦେଇଛି । ଏହି ବୁଝାମଣାକୁ ଅବ୍ରାହମ ଚୁକ୍ତି ନାମ ଦିଆଯାଇଛି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ଐତିହାସିକ ବୁଝାମଣାକୁ ନୂଆ ମଧ୍ୟ ପୂର୍ବ ବୋଲି କହିଛନ୍ତି । ସେ ଆଶା ପ୍ରକଟ କରିଛନ୍ତି ଯେ, ଏହା ପଶ୍ଚିମ ଏସିଆରେ ନୂଆ ବ୍ୟବସ୍ଥାର ସୂତ୍ର ହେବା ସହିତ ରାଷ୍ଟ୍ରପତି ନିର୍ବାଚନ ଲାଗି ଏକ ବଡ଼ ଭୂମିକା ନେବ । ୟୁଏଇ ଓ ବାହାରୀନ ଏବେ ତୃତୀୟ ଓ ଚତୁର୍ଥ ଦେଶ ହୋଇଯାଇଛନ୍ତି, ଯେଉଁମାନେ କି ୧୯୪୮ରେ ପ୍ରତିଷ୍ଠା ହୋଇଥିବା ଇସ୍ରାଏଲକୁ ମାନ୍ୟତା ଦେଇଛି । ଉଭୟ ଦେଶ ପୂର୍ବରୁ କେବଳ ମିସର ଓ ଜୋର୍ଡାନ ଏଭଳି ଆରବୀୟ ଦେଶ ଥିଲେ, ଯେଉଁମାନେ କ୍ରମଶଃ ୧୯୭୮ ଓ ୧୯୯୪ରେ ମାନ୍ୟତା ପାଇଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ବି ପାଲେଷ୍ଟାଇନର ବିବାଦ ଶେଷ ହୋଇପାରି ନାହିଁ । ତେଣୁ ପାଲେଷ୍ଟାଇନ ସହ ସେମାନେ କୌଣସି ସଂପର୍କ ରଖିପାରିବେ ନାହିଁ । 

ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ୟୁଏଇ ଏବଂ ବାହାରୀନ ପ୍ରତିନିଧିତ୍ୱ ଭିନ୍ନ ଭିନ୍ନ ବୁଝାମଣା ନେଇ ଦସ୍ତଖତ କରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ବୁଝାମଣାକୁ ସ୍ୱାଗତ କରି କହିଛନ୍ତି, ଏହା ଏକ ଐତିହାସିକ ଦିନ । ଏହା ଶାନ୍ତି ପାଇଁ ନୂଆ ସକାଳ । ସେହିପରି ୟୁଏଇର ବିଦେଶ ମନ୍ତ୍ରୀ ଏବଂ ସେଠାକାର ଟାଣୁଆ ନେତା କ୍ରାଉନ ପ୍ରିନ୍ସଙ୍କ ଭାଇ ଶେଖ ଅବଦ୍ଦୁଲା ବିନ ଜାୟେଦ ଉଲ ନାହୟାନ କହିଛନ୍ତି, ଏଥିରୁ ବିଶ୍ୱବ୍ୟାପୀ ଆଶାର ନୂତନ ଆଲୋକ ଯୁବ । କିନ୍ତୁ ପାଲେଷ୍ଟାଇନ ଏହି ବୁଝାମଣାକୁ ତୀବ୍ର ନିନ୍ଦା କରିଛି । 

 

  • Tags:

Subscribe

National International State Sports Entertainment