ଖୁବ ଶୀଘ୍ର ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ ହେବାକୁ ଯାଉଛି । ଏହି ସୂଚନା ଭାରତୀୟ ରେଳ ବିଭାଗ ପକ୍ଷରୁ ମିଳିଛି । ସୂଚନା ଅନୁସାରେ, ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ର ଜେନେରାଲ୍ ମ୍ୟାନେଜର ଆସନ୍ତା ବର୍ଷ ବା ୨୦୨୪ ମସିହାରେ ଭାରତ ସ୍ଲିପର ଟ୍ରେନ ଗଡିବ ବୋଲି କହିଛନ୍ତି । ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ପାଇଁ ଏକା ସୁବିଧା ସେବା କରିଛନ୍ତି । ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ବନ୍ଦେ ଭାରତ ଟ୍ରେନକୁ ବିକାଶ କରିବାରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ଜାନୁଆରୀ ୨୦୨୪ ସୁଦ୍ଧା ଏହି ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଚଳ ହେବ ବୋଲି ସୂଚନା ମିଳିଛି । ୫୦ଟି ବିଭିନ୍ନ ସେବା ସହିତ ବନ୍ଦେ ଭାରତ ଏକ୍ସପ୍ରେସ ରେଳ ଯାତ୍ରାରେ କିଛି ପରିବର୍ତ୍ତନ ଆଣିଛି। ଏହି ଟ୍ରେନରେ ଅତ୍ୟାଧୁନିକ ସୁବିଧା ସହିତ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସକୁ ନୂଆଦିଲ୍ଲୀ ଏବଂ ବାରାଣାସୀ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ୨୦୧୯ ମସିହା ଫେବୃଆରୀରେ ଉଦଘାଟନ କରିଥିଲେ । ଯାତ୍ରୀମାନଙ୍କର ଯାତ୍ରାକୁ ସହଜ ଓ ସରଳ କରିବା ପାଇଁ ଭାରତୀୟ ରେଳ ବିଭାଗ ଏମିତି ଏକ ନିଷ୍ପତ୍ତି ନେଇଛି ।
ଆଗକୁ ପଢ଼ନ୍ତୁ : ସେପ୍ଟେମ୍ବର ୧୭ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ଦେବେ ‘ଯଶୋଭୂମି’