ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବା ସଙ୍ଗେସଙ୍ଗେ ଜଙ୍ଗଲ ନିଆଁ ମଧ୍ୟ ବଢ଼ିବାରେ ଲାଗିଛି । ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଏ ପର୍ଯ୍ୟନ୍ତ ତାର କାୟା ବିସ୍ତାର କରୁଛି । ପୁଣି ସୁନ୍ଦରଗଡର ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ନିଆଁ । ନିଆଁର ପ୍ରଭାବରେ ଜଙ୍ଗଲର ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦୀର୍ଘ ୨ ଦିନ ହେବ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହିତ ଜଙ୍ଗଲ ନିଆଁ ସ୍ଥାନୀୟ ଲୋକଙ୍କ ଜୀବନକୁ ହନ୍ତସନ୍ତ କରିଦେଉଛି । ଜଙ୍ଗଲରେ ଥିବା ବନ୍ୟଜନ୍ତୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଆଗକୁ ପଢ଼ନ୍ତୁ : ଥମୁନି ଶିମିଳିପାଳ ନିଆଁ