ଆନ୍ଧ୍ର ଡିଜିପିଙ୍କଙ୍କୁ ବଦଳି କଲେ ନିର୍ବାଚନ କମିଶନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ପାଇଁ ନିଷ୍ପତ୍ତି ନେଲେ ନିର୍ବାଚନ କମିଶନର । ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ବଦଳି ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ରାଜନୈତିକ ଦଳ କଂଗ୍ରେସକୁ ଡିଜିପି ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ସହଯୋଗ କରୁଥିଲେ । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଯାହାର ପ୍ରମାଣ ପାଇବା ପରେ ନିର୍ବାଚନ କମିଶନର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଯଥାଶୀଘ୍ର ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ବଦଳି କରାଯାଇ ତାଙ୍କ ପଦବୀ ପୂରଣ ଲାଗି ମଧ୍ୟ ଯୋଜନା କରାଯାଉଛି । ନିର୍ବାଚନ ପୂର୍ବରୁ ସମସ୍ତ କ୍ଷେତ୍ରରେ କଡା ନଜର ରଖାଯାଉଛି ।